କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି, ଶିକ୍ଷକଙ୍କୁ ମୋବାଇଲ ଫୋନ ପ୍ରଦାନ, ନେଟ ପ୍ୟାକ୍, କମ୍ପୁଟର ଶିକ୍ଷକ ପ୍ରଭୂତି ଭିତ୍ତିଭୂମି ପୂରଣ ନ ହେବା ପର୍ଯ୍ୟନ୍ତ ୟୁଏଏସ୍(ୟୁନିଫାଏଡ଼ ଅଟୋ ମେସନ ସିଷ୍ଟମ) ଲାଗୁ ନ କରାଯାଉ ବୋଲି ଶିକ୍ଷକ ସଂଘ ଦାବି କରିବା ସହ ବ୍ଳକ ଶିକ୍ଷା ଅଧିକାରୀ ବାଞ୍ଛାନିଧୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ମଲ୍ଲିକ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାଶ, ଉପ ସଭାନେତ୍ରୀ ତୁଲାମତି ସାହୁଙ୍କ ସମେତ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।