ସିଡିପିଓଙ୍କ ଅଧ୍ୟକ୍ଷତାରେ ହେଲା ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ: ସୁସ୍ଥ ଜୀବନଯାପନ ପାଇଁ…

ଦିଗପହଣ୍ଡି,୧୬।୧୦(ଅଶେଷ ନାଥ ମିଶ୍ର) : ଦିଗପହଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ପରିସରରେ ବ୍ଳକସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମେଶ ସେଠୀ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ରଶ୍ମୀ ପ୍ରକାଶିନୀ ଜାନୀ , ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପିଏଚଇଓ ସଂଯୁକ୍ତା ଜେନା , ସ୍ବାସ୍ଥ୍ୟକର୍ମୀ ରଜନୀ ରାଣୀ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ମେଦ ବହୁଳତା ନିୟନ୍ତ୍ରଣ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା କିଭଳି ସୁସ୍ଥ ଜୀବନ ପାଇପାରିବେ ସେନେଇ ସଭାରେ ଆଲୋକପାତ କରାଯାଇଥିଲା । ଏଥିସହ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ କରାଯିବା ସହ ଗର୍ଭବତୀ ମହିଳାଙ୍କ ଗୋଦଭରାଇ ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୋ ଗେହ୍ଲା ଝିଅ , ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ୧୧ଟି ସେକ୍ଟରର ୧୧ ଜଣ ଅଙ୍ଗନୱାଡ଼ି କର୍ମୀ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସେକ୍ଟରର ଅଙ୍ଗନୱାଡ଼ି ସୁପ୍ରଭାଇଜର , ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ଉପସ୍ଥିତ ରହିବସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – The Largest & Most Trusted Odia Daily