ଥୁଆମୂଳ ରାମପୁର,୨୪।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ- ୨୦୨୫ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚ୍ଚୁଆଲ ମୋଡ୍ରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବ୍ଳକ ସ୍ତରୀୟ ସମାରୋହ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷ ସୀତାକାନ୍ତ ରଣ, ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡା, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଣୀ ମଧୁମାଲା ବାଗ, ବ୍ଳକର ବରିଷ୍ଠ ବିଜେପି ନେତା ବାଜ୍ରା ଭୋଇ, ବିପିନ ବିହାରୀ ନାଏକ, ଯୁବ ନେତା ଆଲୋକ କୁମାର ନାଏକ, ଦୟାନିଧି ଭୋଇ, ମହୁଳପାଟଣା ସରପଞ୍ଚ ରତନୀ ମାଝୀ ପ୍ରମୁଖ ଯୋଗଦେଇ କାର୍ୟଯକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାଜେନ୍ଦ୍ର ନାରାୟଣ ସିଂ ଦେବ ମଞ୍ଚକୁ ପରିଚାଳନା କରିଥିବା ବେଳେ ବ୍ଳକ ପ୍ରଶାସନ ଓ ଜିପିଡିଓ ତ୍ରିଲୋଚନ ନାଏକ ଆୟୋଜନ କରିଥିଲେ l
ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ବ୍ଲକର ୧୬ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଅନ୍ତୋଦୟ ଗୃହ ଯୋଜନାରେ ୪୮୦ ଜଣ ହିତାଧିକାରୀଙ୍କୁ ମଧ୍ୟରୁ ୧୯ ଜଣ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ଅତିଥିଙ୍କ ଦାରା ୱାର୍କର ଅଡର୍ର୍ ବଣ୍ଟନ କରାଯାଇଥିଲା l ସେହିଭଳି ୪ଟି ଗ୍ରାମପଞ୍ଚାୟତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଜାତୀୟ ପୁରସ୍କାରରେ ପୋଡ଼ାପଦର, ମହୁଲପାଟଣା, ଗୋପାଳପୁର ଗ୍ରାମପଞ୍ଚାୟତକୁ ୩,୮୬,୪୭୩ ଟଙ୍କା ଏବଂ ସିଲେଟ ଗ୍ରାମପଞ୍ଚାୟତକୁ ୫,୭୯, ୭୧୦ଟଙ୍କାର ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀଙ୍କ ଦାରା ଭର୍ଚ୍ଚୁଆଲ ମୋର୍ଡ ମାଧ୍ୟମରେ ଚେକ ଦାରା
ଯୋଗେଇ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଇନ୍ଦିରାବତୀ ଜଳଭଣ୍ଡାରରେ ନିତିଦିନିଆ ଡଙ୍ଗାଚଳକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ସରଞ୍ଜାମ ପ୍ରଦାନ କରାଯାଇଥିଲା। ଏଥିରେ ସମନ୍ବିତ ଶିଶୁ ବିକାଶ ଯୋଜନାର ଷ୍ଟଲ, ସ୍ବାସ୍ଥ୍ୟ ବିଭାଗ ଷ୍ଟଲ, କୃଷି ବିଭାଗ ଷ୍ଟଲ ମାନ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।