ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଉମେଶ ସେଠୀ, ବି.ତୁରୁବୁଡି ସରପଞ୍ଚ ଲିଙ୍ଗା ଦୋରା, ଜିପିଡିଓ ରୋଜାଲିନ ଦଳାଇ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରିଥିଲେ।
ଏଥିରେ ଦିଗପହଣ୍ଡି ବ୍ଳକ ଓ ଏନ୍ଏସିର ବିଭିନ୍ନ ସ୍କୁଲ ଏବଂ କଲେଜରୁ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କବାଡି, ଖୋଖୋ, ଭଲିବଲ, କ୍ରିକେଟ, ଚେସ୍, ଦୌଡ, ଚିତ୍ରାଙ୍କନ, ବ୍ୟାଡମିଣ୍ଟନ, ଉଚ୍ଚ ଡିଆଁ, ଲମ୍ବା ଡିଆଁ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବ୍ଳକ କ୍ରୀଡା ସମ୍ପାଦକ ତଥା କ୍ରୀଡା ଶିକ୍ଷକ ଏମ୍.ଗୌରାଙ୍ଗ, ଏମ୍. ଶୁକୁରୁ ରେଡ୍ଡୀ, ସୀମାଞ୍ଚଳ ସାହୁ , ସୀମାଞ୍ଚଳ ପାଢ଼ୀ, ସୁଜିତ କୁମାର ଜେନା, କୈଳାସ ରେଡ୍ଡୀ, ଗୋପାଳ ରେଡ୍ଡୀଙ୍କ ସମେତ ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଓ ଉପସ୍ଥିତ ରହି ସମସ୍ତ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।