ଦୁଗ୍ଧ ଚାଷୀ ହେବେ ମାଲାମାଲ୍‌: ମିଳିଲା ଗୁରୁମନ୍ତ୍ର

କେସିଙ୍ଗା, ୧୮/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ଆବାହକ ତଥା କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ମଙ୍ଗଳବାର ସ୍ଥାନୀୟ ମିନି ଷ୍ଟାଡିୟମରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସର୍ବ ପ୍ରଥମେ ଅତିଥିମାନେ ମା’ ମାଣିକେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରିଥିଲେ। ପରେ ଏହି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ମୁଖ୍ୟ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ନୀରଦ ଚନ୍ଦ୍ର କହର ଚାଷୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଉକୃଷ୍ଠ ଚାଷୀ କିମ୍ବା ମହିଳା ଚାଷୀଙ୍କ ସମେତ ମହିଳା ଗ୍ରୁପ, ମିଶନ ଶକ୍ତି ମହିଳାଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ କାମଧେନୁ ଯୋଜନାକୁ ପ୍ରାଧାନ୍ୟ ଦେଇଥିଲେ। ଗାଈ, ମଇଁଷି,ଘାସ ଚାଷ, ଛେଳି ପାଳନରେ ୭୦ ଭାଗ ସବ୍‌ସିଡି ରହିଛି। ତାହା ଚାଷୀମାନେ କିପରି ଆବେଦନ କରି ସବସିଡି ପାଇବେ ସେ ବିଷୟର ବିସୃତ ଭାବେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୮୦ ଭାଗ ପ୍ରିମିୟମ ରହିଛି। ତାକୁ ଉଦ୍ୟୋଗୀମାନେ କିପରି ଉପକୃତ ହେବେ ଏବଂ ଫାର୍ମ ପ୍ରସ୍ତୁତି କରି ଅପପୃଷ୍ଟି ଦୂର କରିବା ପାଇଁ କ୍ଷୀର,ଅଣ୍ଡା, ଛେଳି, ମାଛ ଉତ୍ପାଦନ କରି ଖାଉଟିମାନଙ୍କୁ ଯୋଗାଇବ ସେ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ। ଏହି ବ୍ଲକ ସ୍ତରୀୟ ମେଳାରେ ମତ୍ସ୍ୟ ଚାଷ, ଗାଈ ଚାଷ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଚାଷ, ଇତ୍ୟାଦି ଚାଷ ଉପରେ ଅତିଥିମାନେ ନିଜସ୍ବ ମତ ଦେଇ କିପରି ଚାଷୀ ଉପକୃତ ହେବେ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂଦେଓ ଜିଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି, ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମ୍ମାନିତ ଅତିଥି ଭାବେ ଡା.ପ୍ରଭାତ କୁମାର ପରିଡ଼ା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଡା.ଦେବାଶିଷ ପଟେଲ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ କେସିଙ୍ଗା, ମିଳିତ କୁମାର ମଲ୍ଲିକ ସହକାରୀ ମତ୍ସ୍ୟ ଅଧିକାରୀ, ପ୍ରଶାନ୍ତି ନାୟକ ସହକାରୀ ମତ୍ସ୍ୟ ଅଧିକାରୀ କଳାହାଣ୍ଡି ପ୍ରମୁଖ ବିଭିନ୍ନ ଚାଷ ବିଷୟରେ ଚାଷୀଙ୍କୁ ପ୍ରେରଣା ଦେଇଥିଲ।

ଏହି ଉପଲକ୍ଷେ ୧୦ଟି ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା। ଅତିଥି ଓ ଚାଷୀମାନେ ଷ୍ଟଲ ପ୍ରଦର୍ଶନ କରିଥିଲେ। ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଉତ୍କୃଷ୍ଠ ୪ ଚାଷୀ ଏବଂ ମତ୍ସ୍ୟ ବିଭାଗରୁ ୪ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ପରିଷେଶ ରେ ବିଭିନ୍ନ ସଂସ୍କୃତି କର୍ଯ୍ୟାକ୍ରାମ ଅନୁଷ୍ଠିତ ହୋଇଥିଲା। ଏହି ମେଳାରେ ଡା ସୌମ୍ୟ ରଞ୍ଜନ ଦାଶ,ଡା. ପ୍ରିୟଙ୍କା ଜୈନ, ପ୍ରବୀଣ କୁମାର ପାଢୀ, ପ୍ରିୟମ୍ବଦା ହୋତା, ଶରତ କୁମାର ପ୍ରହରାଜ ପ୍ରମୁଖ ଏହି ମେଳାରେ ସହ ଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share