କଳାହାଣ୍ଡି ଜିଲା ଗଠନ ସମାରୋହରେ କଳା ପ୍ରଦର୍ଶନ କଲେ କୃତିତ୍ୱ

କେସିଙ୍ଗା,୧।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ୭୬ତମ କଳାହାଣ୍ଡି ଜିଲା ଗଠନ ପ୍ରତିଷ୍ଠା ସମାରୋହ-୨୦୨୫ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ୭୬ତମ କଳାହାଣ୍ଡି ଜିଲା ଗଠନ ସମାରୋହକୁ କେସିଙ୍ଗା ବ୍ଲକ ପ୍ରଶାସନ ପାଳନ କରାଯାଇଛି।

ଏହି ଉପଲକ୍ଷେ ସମଗ୍ର କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟା, ସଭ୍ୟ, ପିଇଓଙ୍କ ସମେତ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ। ଏହି ଉପଲକ୍ଷେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ସହ ଘୁମୁରା ନାଚ ପ୍ରଦର୍ଶୀତ କରାଯାଇ ଥିଲା।

କାର୍ଯ୍ୟକ୍ରମରେ କେସିଙ୍ଗା ଏସ୍‌ଡ଼ିପିଓ ସନ୍ଧିପ ମାଝୀ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ଅତିରିକ୍ତ ବିଡ଼ିଓ ସିଦ୍ଧେଶ୍ୱର ମେହେର, ସମସ୍ତ ଯନ୍ତ୍ରୀ, ଅଂଶଗ୍ରହଣ କରିଥିଲେ। ବ୍ଲକ ସଂଯୋଜିକ ନମିତା ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଜେତାଙ୍କୁ ଏସ୍‌ଡିପିଓ ପୁରସ୍କାର ପ୍ରଦାନ କରିଥିଲେ।