ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ବ୍ଲକ ପ୍ରଶାସନର ସହାୟତା ପ୍ରଦାନ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତ ବୋରିଗାଁ ଗ୍ରାମର ଗୌତମ ଦାସ(୧୭) ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି l ପରିବାର ଆର୍ଥିକ ସଙ୍କଟ ପରେ ମୃତ ଗୌତମ ରାଜସ୍ଥାନରେ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିଲେ l ହେଲେ ସେଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବା ପରେ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କାରିଥିଲେ। ପରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ନିର୍ଦେଶରେ ଏବିଡ଼ିଓଙ୍କ ସହ ସମିତି ସଭ୍ୟ ଧ୍ରୁବ ମୃତକଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଛନ୍ତି l ବ୍ଲକ ଏବିଡ଼ିଓ ଭବାନୀ ଶଙ୍କର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ l