ଆଫଗାନିସ୍ତାନରେ ବିସ୍ଫୋରଣ: ୫ ମୃତ

କାବୁଲ,୬।୧୨: ଉତ୍ତର ଆଫଗାନିସ୍ତାନର ବାଲଖ ପ୍ରଦେଶରେ ଏକ ତୈଳ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତର ବାଲଖ ପ୍ରଦେଶର ପୋଲିସର ମୁଖପାତ୍ର ମହମ୍ମଦ ଆସିଫ ୱାଜେରୀ କହିଛନ୍ତି, ଆଜି ସକାଳ ପ୍ରାୟ ସାଢେ ୭ଟା ବେଳେ ବାଲଖରେ ହେୟାରଟନ ଅଏଲ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ବିସ୍ଫୋରଣ ହୋଇଥିଲା।