ବ୍ଲାକ ଡାଇମଣ୍ଡ ସେଓ: ସ୍ବାଦ ମହୁଠାରୁ ବି ମିଠା

ବଜାରରେ ଲାଲ, ସବୁଜ ଓ ହାଲ୍‌କା ହଳଦିଆ ରଙ୍ଗର ସେଓ ଦେଖିଥିବେ। ଏହାବାଦ୍‌ ପୃଥିବୀର ୨୦ରୁ ଅଧିକ ଦେଶରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ କିସମର ସେଓ ଉତ୍ପାଦନ ହୋଇସାରିଲାଣି। ଏହା ମଧ୍ୟରେ ଗୋଟିଏ ହେଉଛି କଳା ତଥା ଗାଢ ବାଇଗଣୀ ରଙ୍ଗର ଏକପ୍ରକାରର ସେଓ। ଯାହାକି ‘ବ୍ଲାକ୍‌ ଡାଇମଣ୍ଡ’ ସେଓ ନାମରେ ପରିଚିତ। ଏହି ଦୁର୍ଲଭ ସେଓର ସ୍ବାଦ ମହୁଠାରୁ ବି ମିଠା। ତିବ୍ବତର ପାହାଡ଼ ଅଞ୍ଚଳ ତଥା ସମୁଦ୍ର ପତ୍ତନରୁ ୩୧୦୦ ମିଟର ଉଚ୍ଚତାରେ ଉତ୍ପାଦନ ହୋଇଥାଏ ଏହି ସେଓ। ବହୁତ ଉଚ୍ଚତାରେ ଚାଷ ହେଉଥିବାରୁ ଏଠାକାର ଦିନ ଓ ରାତିର ତାପମାତ୍ରା ଭିତରେ ବହୁତ ଅନ୍ତର ଥାଏ। ଦିନରେ ସେଓ ଉପରେ ପ୍ରଚଣ୍ଡ ଖରା ସହ ଅତି ବାଇଗଣୀ ରଶ୍ମି ପଡିବାବେଳେ ରାତିରେ ପଡେ ପ୍ରବଳ ଥଣ୍ଡା। ତେଣୁ ଏହି ସେଓ ବାଇଗଣୀ ରଙ୍ଗର ପାଲଟି ଯାଇଥାଏ। ତିବ୍ବତରେ ଉକ୍ତ ସେଓକୁ ‘ହୁଆ ନିଉ’ କୁହାଯାଏ। ଏହାର ମୂଲ୍ୟ ମଧ୍ୟ ବହୁତ। ତେବେ ଚାଷୀ ଏହାକୁ ଉତ୍ପାଦନ କରିବାକୁ ବେଶି ଇଚ୍ଛା ପ୍ରକାଶ କରନ୍ତି ନାହିଁ। କାରଣ ଏହାର ଗଛରେ ଫଳ ଧରିବାକୁ ପ୍ରାୟ ୮ ବର୍ଷ ଲାଗିଯାଏ। ଏଥିରେ ନ୍ୟୁଟ୍ରିଶନ୍‌ ଭେଲ୍ୟୁ ବି କମ୍‌। କିନ୍ତୁ ଏହାର ମୂଲ୍ୟ ଗୋଟିଏ ସେଓ ପିଛା ୫୦୦- ୧୦୦୦ଟଙ୍କା ହୋଇଥାଏ।

Share