Categories: Home Leftଖେଳ

ପ୍ରଥମ ମ୍ୟାଚରେ ବ୍ଲାକ୍‌ କ୍ୟାପ୍‌ ବିଜୟୀ

ପୁରୁଣା ଭୁବନେଶ୍ୱର, ୧୯ା୧୨ (ଡି.ଏନ୍‌.ଏ): ଫ୍ରେଣ୍ଡ୍ସ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ କେଶୁରା କ୍ରିକେଟ ପଡ଼ିଆରେ ଏକାମ୍ର କପ୍‌ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି।

ପ୍ରଥମ ମ୍ୟାଚ ଭୁବନେଶ୍ୱରର ବ୍ଲାକ କ୍ୟାପ୍‌ ଟିମ୍‌ ଏବଂ କଟକର ହାପି ଇଲେଭେନ ଟିମ୍‌ ମଧ୍ୟରେ ହୋଇଥିଲା। ଟସ୍‌ରେ ହାର ପ୍ରଥମେ ବ୍ୟାଟିଂ କରିଥିବା ବ୍ଳାକ କ୍ୟାପ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୪ ଉଇକେଟ ହରାଇ ୧୪୩ ରନ କରିଥିଲା। ଜବାବରେ ହାପି ଇଲେଭେନ ସମସ୍ତ ଉଇକେଟ ହରାଇ ୭୯ ରନ କରି ପରାଜିତ ହୋଇଥିଲା। ଟୁର୍ନାମେଣ୍ଟରେ ୧୬ଟି ଦଳ ଭାଗ ନେଇଛନ୍ତି। ଚାମ୍ପିୟନ ଦଳକୁ ୫୦,୦୦୦ ଟଙ୍କା ଓ ଟ୍ରଫି ଏବଂ ରନର ଅପ୍‌କୁ ୩୦,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ଫାଇନାଲ ମ୍ୟାଚ ୨୪ ତାରିଖରେ ଖେଳାଯିବ। ଉଦ୍‌ଘାଟନୀ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବିକ୍ରମ କେଶରୀ ସେଠୀ, ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, କ୍ୟାପ୍‌ଡିଲ ପ୍ରତିଷ୍ଠାତା ଶକ୍ତି ମିଶ୍ର, ପିଜେ କଲୋନୀ ଅଧ୍ୟକ୍ଷ ପ୍ରତାପ ଜେନା, ଜ୍ଞାନ ରଞ୍ଜନ ଜେନା, ପ୍ରହ୍ଲାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।