ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ଓ ରାଜ୍ୟ କମିଟିର ଅନେକ ସଦସ୍ୟ ଯୋଗ ଦେଇଥିଲେ। ସାମୂହିକ ବନ୍ଦେ ମାତରମ ଗାନ ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ଜିଲା ସଭାପତି ଯୁଗଳ ପୋଢ଼, ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର, ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଶୀ, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ବରିଷ୍ଠ ଭାଜପା ନେତା ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ବିଧାୟକ ଅନାମ ନାଏକ, କେସିଙ୍ଗା ନଗର ସମ୍ପାଦକ ପ୍ରିତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପେକ୍ଷିରେ କେସିଙ୍ଗା ନଗର ଭାଜପା ପକ୍ଷରୁ ଦଳର ସମସ୍ତ ପୂର୍ବତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପୂର୍ବତନ ଭାଜପା ଜିଲା ସମ୍ପାଦକ ସନ୍ତୋଷ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ଟାଉନ ସଭାପତି ମଗନ ସିନ୍ଦୂର ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily