କେସିଙ୍ଗା,୨୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥମନ୍ଦିର ପରିସରରେ ଭାଜପା ବୋରିଆ ମଣ୍ଡଳ ପକ୍ଷରୁ ଏକ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାଲସି ଗ୍ରାମର ଅବସର ସୁବେଦାର ସେନାକର୍ମଚାରୀ କ୍ଷମାସାଗର ସାହୁ ଙ୍କୁ ଭାଜପା ବାରିଆମଣ୍ଡଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅପରେଶନ ସିନ୍ଦୂରରେ ଭାରତୀୟ ସେନା ବିଜୟ ଲାଭ କରିଥିବାରୁ ସେନାର ପରାକ୍ରମ ଏବଂ ବୀରତ୍ୱକୁ ସମ୍ମାନ ଜଣାଇବା ପାଇଁ ସାରା ଭାରତରେ ସେନାର ପରାକ୍ରମ ଶୋଭାଯାତ୍ରା। ତ୍ରିରଙ୍ଗା ଯାତ୍ରା ଚାଲୁଅଛି। ଏହି ପରିପେକ୍ଷୀରେ ଭାଜପା ବୋରିଆ ମଣ୍ଡଳ ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ବାଲସି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅବସର ସେନା କର୍ମଚାରୀ ସୁବେଦାର କ୍ଷମାସାଗର ସାହୁଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦେଶ ସେବାରେ ସୁବେଦାର ସାହୁଙ୍କ ସମେତ ତାଙ୍କର ଜ୍ୟେଷ୍ଠପୁତ୍ର ମେଜର ଅମିତ ସାହୁ ମଧ୍ୟ ବର୍ତ୍ତମାନ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଏବଂ ଅପରେଶନ ସିନ୍ଦୂର ସଫଳତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଯାହା ପାଇଁ ଉପସ୍ଥିତ ଅତିଥିମାନେ ଗୌରବ ମନେ କରିବା ସହ ପ୍ରଶଂସା କରିଥିଲେ। ସୁବେଦାର କ୍ଷମାସାଗର ସାହୁ ୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଅପେରଶନ କାରଗିଲରେ ସାମିଲଥିଲେ। ସେ ସମୟର ଅନୁଭୂତିକୁ ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ। ବର୍ତ୍ତମାନର ଅପରେଶନ ସିନ୍ଦୂର ସଫଳତା ପାଇଁ ସେନାଙ୍କୁ ପ୍ରଶଂସା କରିବା ସହ ଦେଶବାସୀ ସବୁବେଳେ ସେନାର ମନୋବଳ ବଢ଼େଇ ଥିବାରୁ ଦେଶବାସୀ ଏବଂ ବିଶେଷକରି କେନ୍ଦ୍ର ସରକାରକୁ ଧନ୍ୟବାଦ ଅର୍ପଣ କରିଥିଲେ। ଭାଜପା କର୍ମୀମାନେ ଶ୍ରୀଜଗନ୍ନାଥ ମନ୍ଦିରରୁ ବାଲସି ଗ୍ରାମରେ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ବୋରିଆ ମଣ୍ଡଳ ଭାଜପା କର୍ମୀ ତଥା ଲଇତରା ପଞ୍ଚାୟତର ସରପଞ୍ଚ ଆଶୋକ ପୋଢ଼, ଯୁବନେତା ଭବାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।