ପାଟଣା,୧୪।୧୧(ବୀର କିଶୋର ଦାଶ): ନୂଆପଡ଼ା ଉପ ନିର୍ବାଚନ ରେ ଜୟ ଢୋଲକିଆ ବିରାଟ ଭୋଟ ବ୍ୟବଧାନରେ ବିଜୟୀ ହେବାସହ ବିହାର ନିର୍ବାଚନରେ ଭାଜପା ମେଣ୍ଟ ବହୁମତ ପାଇଛି। ଏହାକୁ ନେଇ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରର ବ୍ଲକ ଛକରେ ଭାଜପା ନେତାମାନେ ବାଣ ଫୁଟାଇ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି।
କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ , ମଣ୍ଡଳ ସଭାପତି ବ୍ରଜ ସେଠୀ,ବରିଷ୍ଠ ନେତା ଯୁଗଳ କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ଦୀନବନ୍ଧୁ ମିଶ୍ର, ଦିଲୀପ କୁମାର ନାଏକ,ମହିଳା ନେତ୍ରୀ ସମୋବାରି ମୁଣ୍ଡା, ସୁବ୍ରତ କୁମାର ଦ୍ୱିବେଦୀ, ହରିଶ ମହାନ୍ତ, ସଞ୍ଜୟ ପଲେଇ, ଭାଗିରଥି ଦାଶ ପ୍ରମୁଖ ସାମିଲ ହୋଇଥିଲେ।
ଅନୁରୂପ ଭାବେ ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକକାର୍ଯ୍ୟାଳୟ ସମ୍ମୁଖରେ ପାଟଣା ବିଧାୟକ ଆଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଭାଜପା ଜିନ୍ଦା ବାଦ, ଜୟ ଶ୍ରୀରାମ ନାରା ଦେଇ ବିଜୟ ଉତ୍ସବ ପାଳି ଛନ୍ତି ଭାଜପା ନେତା ଓ କର୍ମୀ । ଭାଜପାର ବିପୁଳ ବିଜୟକୁ ନେଇ ବିଧାୟକ ଖୁସି ବ୍ୟକ୍ତ କରିବା ସହ ନିଜେ ନାଚିନାଚି ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଭାଜପାକୁ ଲୋକଙ୍କ ଅକୁଣ୍ଠ ସମର୍ଥନ ଓ ଭଲ ପାଇବା ଦେଇଥିବା ରୁଉଭୟ ନୂଆପଡ଼ା ଓ ବିହାର ଭୋଟରଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ଭାଜପା ରାଜ୍ୟ ଓ ଦେଶର ବିକାଶ କୁ ଗୁରୁତ୍ୱ ଦେଇ ଲୋକଙ୍କ ପାଇଁ କାମ କରିବ ବୋଲି ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦେଇପଶି ମଣ୍ଡଳ ସଭାପତି ଜୁଳୀୟସ ସିଂ ଭାଜପା ନେତା ରଜନୀକାନ୍ତ ମିଶ୍ର , ହୃଷିକେଶ ସାହୁ, ଜଳଧର ସାହୁ, ଇନ୍ଦ୍ରଜିତ ସାହୁ, ହୃଷିକେଶ ମହାନ୍ତ ,ତପନ ସାହୁ, ସଲିଳ ସାହୁ ,ଅଗସ୍ତି ପୃଷ୍ଟି ଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।