ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏକ ବୈଠକରେ ଏମ୍ପି ଅଭିମନ୍ୟୁ ସେଠୀ, ଜିଲା ସଭାପତି ଭଗବାନ ପଣ୍ଡା, ନିର୍ବାଚନମଣ୍ଡଳୀ ନେତା ସୁଧାଂଶୁ ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସମ୍ପାଦକ କିଶୋରକିଙ୍କର ପଢ଼ିହାରୀ, ଆଇଟି ସେଲ ସୁଶାନ୍ତ ପଣ୍ଡା, ଜିଲା ଉପସଭାପତି ଅମୁଲ୍ୟ ନାୟକ, ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା, ଯଶୋବନ୍ତ ସାହୁ, କୃପାସିନ୍ଧୁ ସେଠୀ, ସମିତି ସଭ୍ୟ ପରମେଶ୍ୱର ବାରିକ,ଖଗେଶ୍ୱର ବେହେରା, ଲକ୍ଷ୍ମୀଧର ବେହେରା, ସନ୍ତୋଷ ନାୟକ, ସାଇସତ୍ୟ ନାୟକ, ବିଳାସ ଦାସ,ବସନ୍ତ କୁମାର ବିଶ୍ୱାଳ, ତାପସ କୁମାର ଦାସ, କୁନା ସାହୁ, ସୁରେଶ୍ୱର ବାରିକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l କର୍ମୀ ଏବଂ ନେତାଙ୍କ ଉପସ୍ଥିତରେ ପ୍ରଥମେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା l ନୂତନ ଭାରତ ଗଠନ କରିବାକୁ ହେଲେ ସବକା ସାଥ, ସବକା ବିକାଶକୁ ସମସ୍ତେ ମୁଖ୍ୟ ଲକ୍ଷ୍ୟ ଏବଂ ଆହ୍ବାନ ଭାବେ ଗ୍ରହଣ କରି ଆଗକୁ ଅଗ୍ରସର ହେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭାଜପା ନେତା ଏବଂ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।