୨୦୨୬ବଜେଟ ଉପସ୍ଥାପନା ସହ ଭାଜପାର ସମର୍ପଣ ଦିବସ ପାଳିତ, ସରକାରଙ୍କ ଭିବି-ଜି-ରାମଜୀ ଯୋଜନା ସମ୍ପର୍କରେ ଆଲୋଚନା

ଦାରିଙ୍ଗବାଡି, ୧୨।୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଭାଜପାର ଶକ୍ତିକେନ୍ଦ୍ର ଠାରେ ଚଳିତ ବଜେଟ ଉପସ୍ଥାପନା ଏବଂ ଭାଜପାର ସମର୍ପଣ ଦିବସ ପାଳିତ ହୋଇଯାଇଛି। ଏଥିରେ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ( ଭିବି-ଜି-ରାମଜୀ)ଯୋଜନାର ମଣ୍ଡଳ ସଂଯୋଜକ ରଞ୍ଜନ କୁମାର ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଦଳର ଜିଲା ସଭାପତି ପଣ୍ଡିତ ବିଶିମାଝି ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲା ସମ୍ପାଦକ ସନ୍ତୋଷ କୁମାର ସାହୁ , ମଣ୍ଡଳ ସଭାପତି ମିଟୁ ସାହୁ ଯୁବ ମୋର୍ଚ୍ଚା ସଭାପତି ରୁଦ୍ର ନାରାୟଣ ବେହେରା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ମହେନ୍ଦ୍ର ପ୍ରସାଦ ଦାସ, କିରିକୁଟି ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ପ୍ରଧାନ, କିରିକୁଟି ସମିତିସଭ୍ୟ, ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବଜେଟ ଉପସ୍ଥାପନା ସମ୍ପର୍କରେ ପଂଚାୟତବାସୀଙ୍କୁ ସଚେତନ କରାଇଥିଲେ ସେହିପରି ସରକାର ଏମଜିଏନଆରଇଜିଏଏସ ଯୋଜନାର ନାମ ପରିବର୍ତ୍ତନସହ କାର୍ଯ୍ୟର ସ୍ବଚ୍ଛତା ଆଣିବାକୁ କରିଥିବା ପରିବର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା, ପୁରୁଷ ଏବଂ ଭାଜପାର କର୍ମକର୍ତ୍ତା ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Share