ଗଞ୍ଜାମ, ୧୯।୮(ବିଦ୍ୟାଧର ସାହୁ ): ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଗଞ୍ଜାମ ଏନଏସି ପ୍ରତିନିଧି ହୋଇଛନ୍ତି ଭାଜପା ଯୁବ ଛାତ୍ର ନେତା ରାନୁ ବୈଠାରୁ। ବିଧାୟକଙ୍କ ପ୍ରତିନିଧି ମନୋନୀତ ହେବା ପରେ ଗଞ୍ଜାମ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ଭେଟିଥିଲେ।ଏନେଇ ଛାତ୍ର ନେତା ରାନୁ ବିଧାୟକ ନାୟକଙ୍କ ସମେତ ଏମପି ପ୍ରଦୀପ ପାଣିଗ୍ରାହୀ, ଭାଜପା ଜିଲା ସଭାପତି ସରୋଜ ସାବତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ବିଧାୟକଙ୍କ ହାତ ମୁଠାକୁ ଟାଣ କରିବା ସଙ୍ଗେ ସଙ୍ଗେ ସହର ଉନ୍ନତି କରଣ ପାଇଁ ଚେଷ୍ଟା କରିବେ ବୋଲି ସୂଚନା ମିଳିଛି। ଏହା ସହିତ ସହରର ସମସ୍ତ ଯୁବକ ମାନଙ୍କୁ ନେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବି ବୋଲି ବିଧାୟକ ପ୍ରତିନିଧି ରାନୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।