ସୋନିଆ, ରାହୁଲଙ୍କ କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନୂଆପଡ଼ା,୧୭ା୪ (ମକାରୁ ବେମାଲ):ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାକୁ ନେଇ ଦେଶ ବ୍ୟାପୀ ଜାତୀୟ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଧାରଣ ଦିଆଯାଇଛି। ଗୁରୁବାର ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି ପାଲଟା ଆକ୍ରମଣ କରିଛି। ସା ସମୟରେ ନୂଆପଡ଼ା ଜିଲା ସଦର ମହକୁମା ଏକତା ଛକଠାରେ ଭାଜପା ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ଆହ୍ବାନ କ୍ରମେ କର୍ମକର୍ତ୍ତାମାନେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରଛନ୍ତି। ଏଥିରେ ଜିଲା ଭାଜପା ସଭାପତି କମଲେଶ ଦୀକ୍ଷିତ, ସୁଶାନ୍ତ ପତି, ତୁଳସ ପଟେଲ, ମୁନା ମହାପାତ୍ର, ସଦାନନ୍ଦ ଯୋଶୀ, ବିଜୟ ଚନ୍ଦ୍ରପର, ସନ୍ତୋଷ ଦଣ୍ଡସେନା, ଗୋବିନ୍ଦ ଦଣ୍ଡସେନା, ଜ୍ଞାନ ରଞ୍ଜନ ସାହୁ, ମଣିଷ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share