ପୁରୁଷୋତ୍ତମପୁର,୧୦/୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ବରିଷ୍ଟ ଓକିଲ ଓଡିଶା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ତଥା ଭାଜପା ନେତା ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି ପୁରୁଷୋତ୍ତମପୁର ଭାଜପା କର୍ମୀ। ଯୁବନେତା ସୀତାରାମ ପାଣିଗ୍ରାହୀଙ୍କ ସଂଯୋଜନାରେ ଆସିକା ଏମ୍ପି ପ୍ରତିନିଧି ଜୟନାରାୟଣ ଦାଶ, କାଉନସିସର ଭାସ୍କର ବେହେରା, ବିଶ୍ବଭୂଷଣ ମହାପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟକର୍ମୀ ଯୋଗଦେଇ କାଳୀମନ୍ଦିର ଛକଠାରୁ କଲେଜ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲଶୋଭାଯାତ୍ରାରେ ଯାଇଥିଲେ।