ଧର୍ମଶାଳା,୧୭।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଭାଜପା କର୍ମୀ ଓ ନେତୃମଣ୍ଡଳୀ ବରିଷ୍ଠ ନାଗରିକମାନେ ବାବା ଗୋକନେଶ୍ୱର ପୀଠରେ ସମୂହ ଦୀପ ଦାନ କରି ମହାଆଡ଼ମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିଛନ୍ତି। ଭାଜପା ଜିଲା ସଭାପତି ଦେବଯାନୀ ପ୍ରଧାନ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦିର୍ଘାୟୁ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। କର୍ମ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବା ସହ କର୍ମମୟ ଜୀବନରେ ଦେଶବାସୀ ଅନୁପ୍ରାଣିତ ହୋଇ ଉତ୍ସାହ ପାଆନ୍ତୁ । ସେଥିପାଇଁ ପ୍ରଭୁ ମହାଦେବଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଏହି ଉତ୍ସବରେ ବରିଷ୍ଠ ଭାଜପା ନେତା ଚନ୍ଦ୍ରମଣି ପଣ୍ଡିତ, ଯୁବନେତା ରାଜେଶ ପାଲ, ଅଭିଷେକ ରାଉତ, ସିବୁଲି ଧିର,ତପନ ମାହୁନ୍ତ ଏବଂ ଶତାଧିକ ମହିଳା ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।