ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଛି। ଉକ୍ତ ଘଟଣା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ବଡ଼ବିଲ ପୌର ଟାଉନ ହଲ୍‌ଠାରେ ଭାଜପା ପକ୍ଷରୁ ସକ୍ରିୟ ସଦସ୍ୟ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ସଦସ୍ୟମାନେ ଯୋଗ ଦେଇଥିବାବେଳେ ଦଳୀୟ ଜିଲା ସଭାପତି ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସେହି ଦଳର ଏକ ଗୋଷ୍ଠୀ ହୋହଲ୍ଲା କରିଥିଲେ। ପରେ ସମ୍ମିଳନୀ କକ୍ଷ ବାହାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ତେବେ ଏଥିରେ କେତେକ ଆହତ ହୋଇଥିବାବେଳେ ଏ ନେଇ ମାମଲା ଥାନାରେ ପହଞ୍ଚତ୍ଥିବା ଜଣାପଡିଛି।ଭାଜପାର ତ୍ଥିବା ଜଣାପଡିଛି।