‘ଭାଜପା କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବ’

ଭୋପାଳ, ୨୬।୧୨: ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ କ୍ଷମତାକୁ ଆସିଲେ ଦେଶର ସମ୍ବିଧାନକୁ ବଦଳାଇଦେବା ସହ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇଦେବ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଶନିବାର ଅଭିଯୋଗ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ନୀତି ଆଦର୍ଶ ସହ କଂଗ୍ରେସକୁ ଲଢ଼ିବାକୁ ହେବ ବୋଲି ଭୋପାଳଠାରେ ଜନଜାଗରଣ ଅଭିଯାନରେ ଉଦ୍‌ବୋଧନ ଦେଇ ଦିଗ୍‌ବିଜୟ କହିଛନ୍ତି। ହିନ୍ଦୁବାଦ ସହ ହିନ୍ଦୁତ୍ୱର କୌଣସି ସମ୍ପର୍କ ନାହିଁ। ବୀର ସଭରକର ତାଙ୍କ ପୁସ୍ତକରେ ଏ ସମ୍ପର୍କରେ ଲେଖିଛନ୍ତି। ସଭରକର ଗାଈକୁ ମାତା ବିବେଚନା କରୁ ଥିଲେ ଏବଂ ଗୋମାଂସ ଖାଇବାରେ ତାଙ୍କର କୌଣସି ସମସ୍ୟା ନ ଥିଲା ବୋଲି କଂଗ୍ରେସ ନେତା କହିଛନ୍ତି। କଂଗ୍ରେସ ପକ୍ଷରୁ ନଭେମ୍ବର ୧୪ରୁ ଜନ ଜାଗରଣ ଅଭିଯାନ ଆରମ୍ଭ ହୋଇଛି।