ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ସାତଟି ଭୋଟ ମିଳିଥିବା ବେଳେ ଆପ ପ୍ରାର୍ଥୀଙ୍କୁ ୧୧ଟି ଭୋଟ ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୋଟ ଦେବା ପୂର୍ବରୁ ଭାଜପା କାଉନସିଲର ସୌରଭ ଯୋଶୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଏଥର ଗୁପ୍ତ ମତଦାନ ବଦଳରେ କାଉନସିଲରମାନେ ହାତ ଉଠାଇ ଭୋଟ ଦେଇଥିଲେ। ଚଣ୍ଡିଗଡ଼ର ଇତିହାସରେ ପ୍ରଥମ ଥର ପାଇଁ, ତିନି ଦଳ ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପୂର୍ବ ଦୁଇଟି ନିର୍ବାଚନରେ ଆପ ଏବଂ କଂଗ୍ରେସ ଏକ ମେଣ୍ଟ ଗଠନ କରିଥିଲେ, କିନ୍ତୁ ଏଥର ସେମାନଙ୍କର ମେଣ୍ଟ ଭାଙ୍ଗି ଯାଇଛି।
ମେୟର ବ୍ୟତୀତ, ବରିଷ୍ଠ ଉପ-ମେୟର ଏବଂ ଉପ-ମେୟର ପାଇଁ ମଧ୍ୟ ମତଦାନ ହେବ। ଗୁରୁପ୍ରୀତ ଗାବି ମେୟର ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଥିଲେ। ଆପର ଯୋଗେଶ ଧିଙ୍ଗରା ମେୟର ପଦରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Dharitri – Odisha’s No.1 Odia Daily