ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ:କଂଗ୍ରେସ, ବିଜେଡି ଛାଡି ଭାଜପାକୁ ଆପଣାଇଲେ…

ଦାରିଙ୍ଗବାଡି,୧୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଓ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା ହେଉ କି ସ୍ବାସ୍ଥ୍ୟ ପାଇଁ ଆୟୁଷ୍ମାନ ଯୋଜନା ସେହିପରି କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ସରକାର କରିଛନ୍ତି କୃଷି, ସ୍ବାସ୍ଥ୍ୟ, ଶିକ୍ଷା ଆଦି ଅନେକ ଯୋଜନା ରହିଛି। ତେବେ ଏହି ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଞ୍ଚିବା ଓ ଏହି ଯୋଜନାର ସଫଳ ରୂପାୟନ କରାଯିବା ନେଇ ଆଲୋଚନା ଓ ଲୋକଙ୍କୁ ସେବା ଯୋଗାଇବା ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତଦୋୟ ଯୋଜନାରେ କଚ୍ଚା ଘରକୁ ପକ୍କା କରାଯିବା ଓ ଏହି ଯୋଜନାରୁ କୌଣସି ଯୋଗ୍ୟ ହିତାଧିକାରୀ ଯେମିତି ବାଦନପ ସେ ସମ୍ପର୍କରେ କର୍ମକର୍ତ୍ତା ମାନେ ବୈଠକରେ କହିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ବେଳେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା। ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡି କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡି ଛାଡି ଏକାଧିକ ଲୋକ ପ୍ରତିନିଧି ଓ କର୍ମୀ ଭାଜପାର ରାଜ୍ୟ ମାଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭରସା କରି ଭାଜପରେ ସାମିଲ ହୋଇଥିଲେ। ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳର କର୍ମକର୍ତ୍ତା ସ୍ବାଗତ କରିଥିଲେ। ବ୍ରାହ୍ମଣୀଗାଁ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଗଣେଶ ଡାକୁଆଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦାରିଙ୍ଗବାଡି ଠାରେ ମଣ୍ଡଳ ସଭାପତି ମିଟୁ ସାହୁଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁଙ୍କ ସମେତ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜିଲା ସମ୍ପାଦକ ହରେନ କୁମାର ସାହୁ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ପୂର୍ବତନ ମଣ୍ଡଳ ସଭାପତି ସନ୍ତୋଷ ସାହୁ, ଅଜିତ ସାହୁ, ଅରୁଣ ପ୍ରଧାନ,ସଂଖ୍ୟାଲଘୁ ସେଲର ସଭାପତି ଦିଲ୍ଲୀପ ପ୍ରଧାନ, ସେବା ପକ୍ଷ ଆବାହକ ସୁବାସ ସାହୁ, ଅମରେଶ ସାହୁ,ପ୍ରମୁଖ ଯୋଗଦେଇଥିଲେ ।