ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏର ଉପରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତାମିଲନାଡୁର ଏକ ବରିଷ୍ଠ ନେତା ଭାବେ ଚର୍ଚ୍ଚିତ ରାଧାକୃଷ୍ଣନ ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଓ କୋଇମ୍ବଟୋରରୁ ଦୁଇ ଥର ଏମପି ରହିଛନ୍ତି।
ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରି କହିଛନ୍ତି, “ସେ ୪୦ ବର୍ଷର ରାଜନୈତିକ ଅନୁଭବ ରଖିଛନ୍ତି ଓ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଛନ୍ତି।”