Categories: ଜାତୀୟ

ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଲା ପୁରା ପାହାଡ଼, ଅଳ୍ପକେ ବର୍ତ୍ତିଗଲେ ଏହି ଭାଜପା ଏମ୍‌ପି , Video  ଦେଖିଲେ…

ଡେରାଡୁନ,୧୮।୯: ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ଏବେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ବିଗିଡ଼ି ଯାଇଛି। ସେହିଭଳି ଲଗାତାର ଭୂସ୍ଖଳନ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ଭାଜପା ଏମ୍‌ପି ଅନୀଲ ବଲୁନୀ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ସାମ୍ନାରେ ଏକ ସମ୍ପୂର୍ଣ୍ଣ ପାହାଡ଼ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ ତାଙ୍କୁ କୌଣସି ଆଘାତ ଲାଗିନାହିଁ। ହେଲେ ଯଦି ସେ ଆଗକୁ ବଢ଼ିଥାନ୍ତେ, ତେବେ ଏକ ବଡ଼ ଦୁର୍ଘଟଣା ଘଟିିଥାନ୍ତା।
ଭାଜପା ଏମ୍‌ପି ଅନୀଲ ବଲୁନୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଦେଖୁ ଦେଖୁ କିପରି ପାହାଡ଼ରୁ ମାଟି ଓ ପଥର ଖସି ରାସ୍ତାରେ ଜମା ହେଉଛି ତାହା ଦେ। ଏହି ସମୟରେ ରାସ୍ତାରେ ଅନେକ ଗାଡ଼ି ମଧ୍ୟ ଥିଲା, କିନ୍ତୁ ସୌଭାଗ୍ୟବଶତଃ କୌଣସି ଗାଡ଼ି କ୍ଷତିଗ୍ରସ୍ତ ହୋଇ ନ ଥିଲା। ତଥାପି ଏପରି ଭୂସ୍ଖଳନ ଘଟଣା ଲୋକଙ୍କୁ ଭୟଭୀତ କରି ଦେଇଛି।
ଭିଡିଓ ସେୟାର କରି ଏମ୍‌ପି ବଲୁନୀ ଲେଖିଛନ୍ତି, ଉତ୍ତରାଖଣ୍ଡରେ ଏହି ବର୍ଷ ଅତିବୃଷ୍ଟି ଓ ଭୂସ୍ଖଳନ ଯୋଗୁ ଏପରି ଗଭୀର କ୍ଷତ ହୋଇଛି, ଯାହାକୁ ପୂରଣ କରିବାକୁ ବହୁତ ସମୟ ଲାଗିବ। ଗତକାଲି ସାରେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ଭୂସ୍ଖଳନର ଏକ ଭୟଙ୍କର ଦୃଶ୍ୟ ଆପଣଙ୍କ ସହ ଶେୟାର କରୁଛି। ଏହି ଦୃଶ୍ୟ ନିଜେ କହୁଛି ଯେ ଆମର ଉତ୍ତରାଖଣ୍ଡ ଏବେ କେତେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସହ ଗତି କରୁଛି।
ସେ ଆହୁରି ଲେଖିଛନ୍ତି, ମୁଁ ବାବା କେଦାରନାଥଙ୍କଠାରୁ ସମସ୍ତଙ୍କ ସୁରକ୍ଷିତ ଜୀବନ, ସୁସ୍ଥତା ଓ ଖୁସି ପାଇଁ ମଙ୍ଗଳ କାମନା କରୁଛି। ଏହି ବିପଦ ସମୟରେ ଜନସେବାରେ ନିୟୋଜିତ ସମସ୍ତ ଅଧିକାରୀ, ଏନଡିଆରଏଫ ଓ ଏସଡିଆରଏଫ ଯବାନ, ପ୍ରଶାସନ ଏବଂ କଠିନ ପରିସ୍ଥିତିରେ ମଧ୍ୟ ରାସ୍ତାରୁ ମାଟି ହଟାଉଥିବା କର୍ମଚାରୀଙ୍କ ସେବାଭାବକୁ ମୁଁ ପ୍ରଶଂସା କରୁଛି।  ମୁଁ ନିରନ୍ତର ପ୍ରଶାସନ ସହ ସମ୍ପର୍କରେ ଅଛି ଓ ନିଜେ ପରିସ୍ଥିତିର ଗଭୀର ନିରୀକ୍ଷଣ କରୁଛି। ଈଶ୍ୱରଙ୍କଠାରୁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।

Share