‘ଓଓ୍ବାଇସିଙ୍କ ଜିଭ କାଟି ଆଣିଲେ ଉପହାର ଦେବି’ 

ନୂଆଦିଲ୍ଲୀ,୨୬।୬: ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓଓ୍ବାଇସିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଭାଜପା ବିଧାୟକ  ନୀତେଶ ରାଣେ। ଯଦି କେହି ଓଓ୍ବାଇସିଙ୍କର ଜିଭକୁ କାଟି ଆଣିବ ତେବେ ସେ ତାଙ୍କୁ ଉପହାର ଦେବେ ବୋଲି ସେ କହିଛନ୍ତି।
ମଙ୍ଗଳବାର ଲୋକ ସଭା ସଦସ୍ୟ ଭାବେ ଶପଥ ନେବା ସମୟରେ ଓଓ୍ବାଇସି ପାଲେଷ୍ଟାଇନ୍‌ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହାପରେ ଶାସକ ଦଳର ସଦସ୍ୟମାନେ ହଙ୍ଗାମା କରିଥିଲେ। ଏପରିକି ବାଚସ୍ପତି ଏହି ରେକର୍ଡକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଓଓ୍ବାଇସିଙ୍କର ସ୍ଲୋଗାନ ପରେ ଭାଜପା ବିଧାୟକ ନିତେଶ ବଡ଼ ବୟାନ ଦେଇଛନ୍ତି।

Share
Tags: India