ରାହୁଲ ଗାନ୍ଧୀଙ୍କୁ ମଝି ରାସ୍ତାରେ ରୋକିଲେ ଭାଜପା ମନ୍ତ୍ରୀ: ଆଉ ତା’ପରେ ଘଟିଗଲା…

ରାଏବରେଲି,୧୦।୮: ରାହୁଲ ଗାନ୍ଧୀଙ୍କ ରାଏବରେଲି ଗସ୍ତ ସମୟରେ ବହୁତ ହଙ୍ଗାମା ହୋଇଥିଲା। ଭାଜପା ନେତା ତଥା ୟୁପି ସରକାରର ମନ୍ତ୍ରୀ ଦିନେଶ ପ୍ରତାପ ସିଂହ ତାଙ୍କର ଶହ ଶହ ସମର୍ଥକଙ୍କ ସହିତ ସ୍ଲୋଗାନ ଦେଇଥିଲେ। ମନ୍ତ୍ରୀ ଏବଂ ତାଙ୍କ ସମର୍ଥକମାନେ ରାହୁଲ ଗାନ୍ଧୀଙ୍କ ଗାଡ଼ି ସମ୍ମୁଖରେ ରାସ୍ତାରେ ବସି ରାହୁଲଙ୍କୁ ବିରୋଧ କରିଥିଲେ। ତାଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିହାରର ରାଷ୍ଟ୍ରୀୟ ଜନତା ଦଳ ଏବଂ କଂଗ୍ରେସର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବ୍ୟବହୃତ ଅପମାନଜନକ ଶବ୍ଦ ପାଇଁ ରାହୁଲ କ୍ଷମା ପ୍ରାର୍ଥନା କରିବାକୁ ଭାଜପା ନେତାମାନେ ଦାବି କରିଥିଲେ।

ମନ୍ତ୍ରୀ ଦିନେଶ ପ୍ରତାପ ସିଂହ ଏବଂ ଭାଜପା ସମର୍ଥକମାନେ ରାହୁଲ ଗାନ୍ଧୀଙ୍କ ଗାଡ଼ିକୁ ରୋକିବା ପାଇଁ ସ୍ଲୋଗାନ ଦେଇଥିଲେ। ସ୍ଲୋଗାନ ଦେବା ସମୟରେ ଭାଜପା ସମର୍ଥକମାନେ ‘ରାହୁଲ ଗାନ୍ଧୀ ଫେରିଯାଅ’ କହୁଥିଲେ। ସୂଚନା ଅନୁଯାୟୀ, ଘଟଣାଟି ହରଚନ୍ଦନପୁର ଥାନା ଅଞ୍ଚଳର ମହାବୀର ଡିଗ୍ରୀ କଲେଜ ସମ୍ମୁଖରେ ଘଟିଥିଲା। ମନ୍ତ୍ରୀ ଏବଂ ସମର୍ଥକମାନେ ଲକ୍ଷ୍ନୌ ପ୍ରୟାଗରାଜ ଜାତୀୟ ରାଜପଥରେ ଧାରଣାରେ ବସିଥିଲେ।

ପ୍ରତିବାଦ ଯୋଗୁ ରାହୁଲ ଗାନ୍ଧୀଙ୍କ ଗାଡ଼ି କିଛି ମିନିଟ ପାଇଁ ଅଟକି ଯାଇଥିଲା, ତା’ପରେ ରାହୁଲ ବାଛରାୱାନ ସହରରେ ପହଞ୍ଚିଥିଲେ। ଏଠାରେ କଂଗ୍ରେସ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ।

Share