ଖଜୁରୀପଡା, ୩୦।୯ (ବିଦୁର ବେହେରା ): ଖଜୁରୀପଡା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଲମ୍ବାବାଡ଼ି ଗ୍ରାମର ସୋନାଲି ଯାନୀ ଓଡ଼ିଶା ପ୍ରଶାସନିକ ସେବା ପାଇଁ କୃତିତ୍ୱ ଅର୍ଜନ କରିଥିବା ସୂଚନା ପାଇ ସୋନାଲିଙ୍କ ଜନ୍ମମାଟି ଲମ୍ବାବାଡି ଗ୍ରାମରେ ଉତ୍ସାହ ଖେଳି ଯାଇଛ। ସୋନାଲିଙ୍କ ବାପା ଆଇନଜୀବି ଅଗସ୍ତି ଯାନୀ ଏବଂ ମା’ ରଞ୍ଜିତା ଯାନୀ ମଧ୍ୟ ଝିଅର ସଫଳତା ପାଇଁ ବେଶ ଖୁସି ଅଛନ୍ତି । ସୋନାଲି ରେଢ଼ାଖୋଲ ଠାରେ କୋଅପରେଟିଭ ସୋସାଇଟି ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥାଇ ଏବେ ପ୍ରଶାସନିକ ସେବାରେ କୃତିତ୍ୱ ପାଇଁ ସୋନାଲିଙ୍କ ମାମୁ ସୁଶାନ୍ତ ମଲିକ ଏବଂ ମାଇଁ ଜୋତ୍ସାରାଣୀ ମଲିକଙ୍କ ଅବଦାନ ମଧ୍ୟ ଅନେକ ରହି ଥିବା କହିଛନ୍ତି।
ରେଢ଼ାଖୋଲରୁ ଆସି ଲମ୍ବାବାଡିରେ ସୋନାଲି ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଭାଜପା ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ଯୁବ ନେତା ରୋହିତ କୁମାର ପ୍ରଧାନ, ମିଲନ କୁମାର ଗଣ୍ଡା, ବିଶ୍ୱନାଥ ଗଣ୍ଡା, ସାଇବନ କହଁର ପ୍ରମୁଖ ନିଜ ଝିଅ ସୋନାଲିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରତିକ୍ରିୟାରେ ସୋନାଲି ଗ୍ରାମବାସୀଙ୍କ ଆଶୀର୍ବାଦ ସହ ବାପା ମା ମାମୁ ମାଇଁ ଏବଂ ଶୁଭେଛୁ ମାନଙ୍କ ଆଶୀର୍ବାଦ ହିଁ ମୋତେ ସଫଳତା ଦେଇଛି ବୋଲି କହିଛନ୍ତି । ଆଗକୁ ନିଜକୁ ଜନସାଧାରଣଙ୍କ ସେବାରେ ସାମିଲ କରିବି ବୋଲି କହିଛନ୍ତି ।