ଭାଜପା ମଣ୍ଡଳ ସଭାପତି ଆଣିଲେ ସାଙ୍ଘାତିକ ଅଭିଯୋଗ: ଅଦୃଶ୍ୟ ଶକ୍ତି…

ଦାରିଙ୍ଗବାଡି, ୯।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ଗତ ବୁଧବାର ବିଜେଡିର ଯୁବଛାତ୍ର ସଂଗଠନ ପକ୍ଷରୁ ରାଜ୍ୟରେ ନାରୀ ନିର୍ଯ୍ୟାତନାକୁ ନେଇ ପ୍ରତିବାଦ ସଭା ଓ ଶୋଭାଯାତ୍ରା କରାଯାଇ ଥିଲା। ଏଥିରେ ଋଷିମାଳ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କୁ ଶୋଭାଯାତ୍ରାରେ ସାମିଲ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ଏହା ପରେ ଘଟଣାକୁ ନେଇ ଦିନକୁ ଦିନ ଉଦ୍‌ବେଗ ପ୍ରକାଶ କରିଛି ବ୍ରାହ୍ମଣୀଗାଁ ଭାଜପା। ଦଳର ମଣ୍ଡଳ ସଭାପତି ଗଣେଶ ଡାକୁଆ ଅଭିଯୋଗ କରିଛନ୍ତି ଯେ, କଲେଜରେ ଏକ ଅଦୃଶ୍ୟ ଶକ୍ତି କାମ କରୁଛି ଏବଂ କାହା ଇଙ୍ଗିତରେ କଲେଜରେ ଏଭଳି ଘଟଣା ଘଟୁଛି ଯିଏ କି ରାଜ୍ୟ ସରକାରଙ୍କ ବିରୋଧରେ ଏଭକି ଛାତ୍ରୀଛାତ୍ର ମାନଙ୍କୁ ବ୍ୟବହାର କରୁଛନ୍ତି ସେମାନଙ୍କୁ ପୋଲିସ ଶୀଘ୍ର ଖୋଜି ବାହାର କରିବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତ, ଉକ୍ତ ଅଞ୍ଚଳ ଜନଜାତି ଅଧ୍ୟୁଷିତ ଭାବେ ଜଣାଶୁଣା ସରକାର ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ଯୋଜନା କରୁଛନ୍ତି। ତେବେ ଛାତ୍ରୀଛାତ୍ର ମାନଙ୍କ ପାଠ ପଢ଼ାକୁ ଗୁରୁତ୍ୱ ଦେବା ବଦଳରେ ସେମାନଙ୍କୁ ରାଜନୀତିକୁ ଟାଣିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ମଣ୍ଡଳ ସଭାପତି ଅଭିଯୋଗ କରିଛନ୍ତି। ଏଭକି ଅଭିଯୋଗ ଦଳର ମଣ୍ଡଳ ସଭାପତି ଗଣେଶ ଡାକୁଆଙ୍କ ସମେତ ଶ୍ୟାମ ମହାଙ୍କୁଡ, ଶଙ୍କର ବେହେର ଦଳାଇ, ତ୍ରିନାଥ ବିଶୋଇ, କପିଳେଶ୍ୱର ପାତ୍ର, ବାଳକୃଷ୍ଣ ମାହାଙ୍କୁଡ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ୨ ଅଧ୍ୟକ୍ଷ ମୁହଁ ଖୋଲିଛନ୍ତି ଓ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।