ପ୍ରେମ ପାଇଁ ଭାଜପା ନେତାଙ୍କ ପୁଅକୁ ଆକ୍ରମଣ: ମିଛ କହି ଘରୁ ଘୋଷାଡି ଘୋଷାଡି ନେଇ…

ପୁରୁଷୋତ୍ତମପୁର,୨୫।୮ (ସିମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ସହର ପୁରୁଣାପୋଷ୍ଟଅଫିସ ସାହିରେ ରବିବାର ରାତିରେ ବରିଷ୍ଠ ଭାଜପାନେତା ପୃଥିବୀରାଜ ମହାପାତ୍ରଙ୍କ ପୁଅ ଶୁଭଅର୍ପିତ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛିି। ଏହା ସହ ଅପହରଣ କରିନେବାକୁ ଉଦ୍ୟମ ଅଭିଯୋଗରେ ପୋଲିସ ସୋମବାର ତିନିଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେହେଲେ ଦିଗପହଣ୍ଡିଥାନା ଅନ୍ତର୍ଗତ ଅନନ୍ତାଇ ଗ୍ରାମର କିରଣକୁମାର ସାହୁ( ୨୫),ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣୀର ନିଲୁକୁମାର ସାମସଲ( ୨୨) ଓ ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ନାରାୟଣ ଗୌଡ( ୨୪) ଙ୍କୁ ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ଏମାନଙ୍କ ଠାରୁ ଖଣ୍ଡା,ଲୁହାରଡ,ଓ ଏକୱାଗନର କାର ନଂ ଓଡି ୦୨ ସିପି ୯୮୧୭, ପଲସର ବାଇକ ନଂଓଡି୦୭ଏଆର ୪୬୬୬ ହୋଇଛି। କେସନଂ ୬୬୯/୨୫ ରେ ତଦନ୍ତକାରି ପୋଲିସ ଶୁଶାନ୍ତକୁମାର ମିଶ୍ର କହିଛନ୍ତି, ପ୍ରେମଜନିତ କାରଣରୁ ଏଭଳି କାଣ୍ଡ ଘଟିଛି । ଶୁଭଅର୍ପିତ ବ୍ରହ୍ମପୁରରେ ପାଠପଢିବା ବେଳେ ଜଣେ ବାନ୍ଧବୀ ରହିଥିଲେ। ସେ ତାଙ୍କ ସହ କଥା ହେଉଥିଲେ। ଉକ୍ତ ଯୁବତୀ ନାରାୟଣ ଗୌଡଙ୍କ ସମ୍ପର୍କିୟ ହୋଇଥିବାରୁ ଏହାକୁ ସେ ବିରୋଧକରି ଝିଅକୁ ଫୋନକରି କଥା ନ ହେବାକୁ ଶୁଭଅର୍ପିତଙ୍କୁ ବାରଣ କରିଥିବା ବେଳେ ଏହାକୁନେଇ ଉଭୟପକ୍ଷଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଫଳରେ ନାରାୟଣ ଉତ୍ୟକ୍ତ ହୋଇ ଶୁଭଅର୍ପିତଙ୍କୁ ନେଇ ହତ୍ୟାକରିବା ଉଦ୍ଦେଶ୍ୟରେ ୫/୬ ଜଣ ଭଡାଟିଆ ଗୁଣ୍ଡାଙ୍କୁ ନେଇ ରାତିରେ ଘର ପାଖକୁ ଆସି ଛକିରହି ଫୋନକରି ଶୁଭଅର୍ପିତଙ୍କୁ ବାହାରକୁ ଡାକିଥିଲେ। ସେ ବାହାରକୁ ଆସିବାକ୍ଷଣି ତାଙ୍କୁ ଅତର୍କିତ ଭାବରେ ମାରଣାଅସ୍ତ୍ରରେ ଆକ୍ରମଣକରି ଘୋଷାଡି ଘୋଷାଡି ନେଉଥିବା ବେଳେ ସେ ଚିତ୍କାର କରିଥିଲେ। ଏହିସମୟରେ ସାହିଲୋକେ ଦୌଡିଆସି ଶୁଭଅର୍ପିତଙ୍କୁ ଉଦ୍ଧାରକରିବା ସହ ଦୁଇଜଣଙ୍କୁ କାବୁ କରି ପୋଲିସରେ ଦେଇଥିଲେ। ପୋଲିସ ଏହାର ତଦନ୍ତ କରି ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଥିଲେ । ଫେରାର ହୋଇଯାଇଥିବା ଅଭିଯୁକ୍ତ ାନଙ୍କୁ ଗିରଫ କରିବାଲାଗି ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବାର ତଦନ୍ତକାରୀ ଅଫିସର ମିଶ୍ର କହିଛନ୍ତି ।