ନୂଆଦିଲ୍ଲୀ,୨୮।୧୧: ଉତ୍ତର ପ୍ରଦେଶର ବାଲିଆରେ ଏକ ବିବାହ ଭୋଜିରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଏବେ ଭାଇରାଲ ହେଉଛି। ସୂଚନାନୁସାରେ, ବରିଷ୍ଠ ଭାଜପା ନେତାମାନେ ବିବାହରେ ଯୋଗ ଦେଇଥିଲେ। ଆଉ ସମସ୍ତେ ଏକାସାଙ୍ଗରେ ବର କନ୍ୟାଙ୍କ ସହ ଫଟୋ ଉଠାଇବାକୁ ଠିଆ ହୋଇଥିଲେ, ହେଲେ ସେତିକି ବେଳେ ଷ୍ଟେଜ୍ଟି ଭାଙ୍ଗିଯାଇଥିଲା। ବର କନ୍ୟାଙ୍କ ସହ ନେତାମାନେ ମଧ୍ୟ ତଳେ ପଡ଼ିଯାଇଥିଲେ। ଏହି ଘଟଣା କ୍ୟାମେରାରେ କଏଦ ହୋଇଥଇଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଜପା ଜିଲା ସଭାପତି ସଞ୍ଜୟ ମିଶ୍ର, ପୂର୍ବତନ ସାଂସଦ ଭାରତ ସିଂହ, ବଂଶଡିହ ବିଧାୟକ କେତକୀ ସିଂହଙ୍କ ପ୍ରତିନିଧି ବିଶ୍ରାମ ସିଂହ, ପୂର୍ବତନ ଜିଲା ସାଧାରଣ ସମ୍ପାଦକ ସୁରଜିତ ସିଂହ ଏବଂ ଅନ୍ୟ ଅନେକ ନେତା ଦମ୍ପତିଙ୍କୁ ସ୍ବାଗତ କରିବାକୁ ଉପରକୁ ଚଢ଼ିଥିଲେ। ସମସ୍ତେ ଦମ୍ପତିଙ୍କ ଚାରିପାଖରେ ଏକତ୍ରିତ ହେବା ପରେ ଷ୍ଟେଜ୍ଟି ଓଜନ ସହି ନପାରି ଭାଙ୍ଗିଯାଇଥିଲା। ଭାଗ୍ୟବଶତଃ କେହି ଗୁରୁତର ଆହତ ହୋଇନାହାନ୍ତି।