ପାଟଣା,୧୬।୧୦(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସ କୋଲା ପଞ୍ଚାୟତ ମୁଖ୍ୟାଳୟସ୍ଥିତ ସିଦ୍ଧେଶ୍ୱର ଶିବ ମନ୍ଦିରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ୬୫ତମ ଜନ୍ମଦିନ ଧୁମଧାମରେ ପାଳିତ ହୋଇଛି। ଏଥିପାଇଁ ଭାଜପା ନେତା ଓ କର୍ମୀଙ୍କ ତରଫରୁ ବିଧାୟକଙ୍କ ଦୀର୍ଘ ସୁସ୍ଥ ନିରାମୟ ଜୀବନକାମନା କରି ରୁଦ୍ରାଭିଷେକ, ୧୦୮ଦୀପ ଦାନ, ବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି।
ଜନ୍ମଦିନରେ ତାଙ୍କୁ ବାଚସ୍ପତି ସୁରମା ପାଢ଼ୀ,ଆଇନ ମନ୍ତ୍ରୀ ପୃଥିବୀ ରାଜ ହରି ଚନ୍ଦନ, କେନ୍ଦୁଝର ଏମପି ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକିରଚରଣ ନାଏକ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ରାଧା କାନ୍ତ ମହାନ୍ତ, ବିଧାୟକଙ୍କ ପାଟଣା ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ସାହାର ପଡ଼ା ପୂର୍ବତନ ବ୍ଲକଅଧକ୍ଷ ଗୌତମ ନାଏକ, ଆଇନଜୀବୀ ମହେଶ୍ୱର ପୃଷ୍ଟି, କଂଗ୍ରେସ ଏମପି ପ୍ରାର୍ଥୀ ଇଁ. ବିନୋଦ ବିହାରୀ ନାଏକ, ଭାଜପା ବରିଷ୍ଠ ନେତା ସମବାୟ ବିତ ଦିନବନ୍ଧୁ ମିଶ୍ର ପ୍ରମୁଖ ଶୁଭେଛା ଜଣାଇବା ସହ ଦୀର୍ଘ ସୁସ୍ଥ ଜୀବନ କାମନା କରିଛନ୍ତି।
ସରାସକୋଲାରେ ଆୟୋଜିତ କାର୍ଯ୍ୟକ୍ରମ ଭାଜପା ପଞ୍ଚାୟତ ସଭାପତି ତ୍ରିନାଥ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସ୍ବତନ୍ତ୍ର ପୂଜାକୁ ପଣ୍ଡିତ ପ୍ରମୋଦ କୁମାର ଦାଶ ଓ ଭାଗିରଥି ଦାଶ ପୂଜା ସମ୍ପାଦନ କରିଥିଲେ। ବରିଷ୍ଠ ନେତା ଯତୀନ୍ଦ୍ର କୁମାର ଦାଶ, ହରିଶ୍ଚନ୍ଦ୍ର ମହାନ୍ତ, ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଦୀପକ ରଞ୍ଜନ ମହାନ୍ତ, ଏଡିଓ ଜୟନ୍ତୀ ମହାନ୍ତ,ପଞ୍ଚାୟତ ନିର୍ବାହୀ ଅଧିକାରୀ ତପନ କୁମାର ମହାନ୍ତ ଭାଜପା ନେତା ଆର୍ତ୍ତତ୍ରଣ ବେହେରା, ଶଙ୍କର୍ଷଣ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ବାରିକ, ସଚିନ୍ଦ୍ର ମହାନ୍ତ, ସଦାନନ୍ଦ ମହାକୁଡ଼, ଅନୀଲ ନାୟକ, ସୁନିତା ପାଇଦା, ମିନତୀ ଟାଙ୍ଗଣିଆ, ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ ଓ ଦୀପଦାନ କରିଥିଲେ।