ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ ଭାଜପାର ବରିଷ୍ଠ ନେତା ତଥା ଲୋକପ୍ରିୟ ନେତା ଜଗନ୍ନାଥ ପ୍ରଧାନ ଗତ ୨ ଦିନ ହେଲା ଦାରିଙ୍ଗବାଡି ଗସ୍ତରେ ଆସି ଇକୋ ରିଟ୍ରିଟରେ ରାତ୍ରିଯାପନ କରିଛନ୍ତି । ପ୍ରକାଶ ଯେ ୧୯୮୫ ମାଟ୍ରିକ ବ୍ୟାଚର ସାଙ୍ଗସାଥୀଙ୍କ ସହ ଜଗନ୍ନାଥ ବୁଲିବାକୁ ଆସିଛନ୍ତି ଏହି ସମୟରେ ସେ ଓ ତାଙ୍କ ସାଙ୍ଗସାଥି ଡ଼ୁଲୁରୀ ପାଇନ ବଣରେ ବଣ ଭୋଜି କରି ମଜା ନେଇଥିଲେ। ସେହିପରି ଲଭର୍ସ ପଏଣ୍ଟ, ମିଡିୟୁାନ୍ଦା ଜଳପ୍ରପାତ, ହିଲଭିୟୁ ପାର୍କ, କଫି ବଗିଚା ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି , ଦାରିଙ୍ଗବାଡିକୁ ପ୍ରକୃତି ଯାହା ଦେଇଛି ତାହା ଅନ୍ୟ ସ୍ଥାନରେ ଦେଖିବାକୁ ମିଳୁନାହିଁ । ଓଡ଼ିଶାର ଦେଓମାଳୀ ଓ ଦାରିଙ୍ଗବାଡିକୁ ଭୁୟସୀ ପ୍ରଂଶସା କରିଛନ୍ତି । ଏଥିସହ ପର୍ଯ୍ୟଟନର ବିକାଶ ପାଇଁ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ପୂର୍ତ୍ତ ଓ କୋଠାବାଡି ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ଆଲୋଚନା କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମଧ୍ୟ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜଣାଇବି ବୋଲି କହିଛନ୍ତି । ଏଥିସହ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଯାହା ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେହିପରି ସିଙ୍ଗାପୁର ଭଳି ଆମ ରାଜ୍ୟ ମଧ୍ୟ ପର୍ଯ୍ୟଟନକ୍ଷେତ୍ରରେ ବିକାଶ ହେବା ଆବଶ୍ୟକ । ପର୍ଯ୍ୟଟନକ୍ଷେତ୍ରର ବିକାଶ ହେଲେ ସ୍ଥାନୀୟ ଲୋକଙ୍କ ବିକାଶ ଓ ସାବଲମ୍ବୀ ହୋଇପାରିବେ ଏବଂ ସରକାରଙ୍କ ମଧ୍ୟ ରାଜସ୍ବ ବୃଦ୍ଧି ପାଇବ ବୋଲି ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ତାଙ୍କ ମାଟ୍ରିକ ବ୍ୟାଚର ସାଙ୍ଗସାଥିମାନେ ମଧ୍ୟ ଦାରିଙ୍ଗବାଡିକୁ ପ୍ରଂଶସା କରିଛନ୍ତି।