ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍‌ ରୁପା

ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍‌. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇଥିଲେ। ତାଙ୍କ ଓଜନ ୯୬ କିଲୋଗ୍ରାମ୍‌ ଥିଲା। ତେବେ ସୋସାଇଟି ପକ୍ଷରୁ ୧୦୧ କିଲୋଗ୍ରାମ୍‌ ରୁପା ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା ସଂଗଠନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ପାଟିଲ ରାଜ୍ୟ ଭାଜପା ଅଧ୍ୟକ୍ଷ ହେବା ପରେ ଜୈନ ସୋସାଇଟି ପକ୍ଷରୁ ତାଙ୍କୁ ସମ୍ମାନୀତ କରାଇବା ଲାଗି ଏଭଳି କରାଯାଇଥିବା ରଜତ ତୁଳା କାର୍ଯ୍ୟକ୍ରମର ସଦସ୍ୟ ସୁରେଶ ଶାହା ପ୍ରକାଶ କରିଛନ୍ତି।