କୃଷକଙ୍କ ପାଇଁ ଲୁହ ଗଡାଉଛନ୍ତି ରାହୁଲ, ହିମାଚଳରେ କଂଗ୍ରେସ ସରକାର ଦେଉଛି ଧୋକା: ଭାଜପା

ନୂଆଦିଲ୍ଲୀ,୩୦।୭: ହିମାଚଳ ପ୍ରଦେଶରେ ଆପଲ ବିକାଳଙ୍କର ଭିଡିଓ ସେୟାର କରୁଥିବାବେଳେ ଭାରତୀୟ ଜନତା ପାର୍ଟି(ଭାଜପା)କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ରବିବାର ଟୁଇଟ କରି ଦାବି କରିଛନ୍ତି ଯେ ଶିମଲାରେ ଆପଲ ଚାଷୀମାନେ ଉତ୍ପାଦନକୁ ଡ୍ରେନରେ ପକାଇବାକୁ ବାଧ୍ୟ ହେଉଛନ୍ତି । କାରଣ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଚାଷୀଙ୍କୁ ସମୟ ଦେଉଛନ୍ତି କିନ୍ତୁ ଫଳ ବଜାରରେ ପହଞ୍ଚିବାକୁ ସାହାଯ୍ୟ କରିବାରେ ବିଫଳ ହୋଇଛି।

ଭାଜପା ଆହୁରି ମଧ୍ୟ କହିଛି କି ଗୋଟିଏ ପଟେ ରାହୁଲ ଗାନ୍ଧୀ କୃଷକଙ୍କ ପାଇଁ କାନ୍ଦୁଛନ୍ତି, ଅନ୍ୟପଟେ ଯେତେବେଳେ କୃଷକଙ୍କ ସହାୟତା କଥା ଆସୁଛି ସେତେବେଳେ କଂଗ୍ରେସ ଶାସିତ ରାଜ୍ୟ ସରକାର ବିଫଳ ବୋଲି ପ୍ରମାଣିତ ହେଉଛି। ଏଇଥିପାଇଁ ବଜାରରେ ଫଳ ଓ ପନିପରିବା ଦାମ ବଢୁଛି। ଅମିତ ମାଲବିୟ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ କେତେଜଣ ବ୍ୟକ୍ତି ନାଳରେ ସେଓ ବା ଆପଲ ଢାଳୁଥିବା ଦେଖାଯାଇଛି।