ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆସିକା କୋଅପରେଟିଭ ସୋସାଇଟି ଲିମିଟେଡର ସଭାପତି ବୀରେନ୍ଦ୍ର କେଶରୀ ଆରୁଖ, ସରପଞ୍ଚ ରଞ୍ଜିତ ଆରୁଖ, ବିଜେଡି ନେତା ଦିବାକର ନାୟକ, ବିଜେଡି ନେତା ରାଜେନ୍ଦ୍ର କୁମାର ପ୍ରଧାନ, ଲୁଲୁ ପ୍ରଧାନ, ଭକ୍ତରାମ ଜେନା ପ୍ରମୁଖ ଯୋଗଦେଇ ବିଜେଡ଼ି ଶାସନ ସମୟରେ ରାଜ୍ୟରେ ବିକାଶ କିଭଳି ହୋଇଥିଲା ସେନେଇ କହିଥିଲେ। ଭାଜପା କ୍ଷମତାକୁ ଆସିବା ପୁର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ଭାଜପା ତାର ପ୍ରତିଶ୍ରୁତି ଭୁଲିଯାଇଛି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଥିଲେ।