ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା ଜିଲା ସଭାପତି ସରୋଜ ସାବତ ମୃତ ତବଲା ବାଦକ ଲକ୍ଷ୍ମଣ ମାଷ୍ଟରଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅମରଆତ୍ମାର ସଦ୍‌ଗତି କାମନା କରିଛନ୍ତି।
ଏହି ସମୟରେ ମୃତ ଲକ୍ଷ୍ମଣ ମାଷ୍ଟରଙ୍କ ଏକ ମାତ୍ର ପୁଅ ନିରଞ୍ଜନ ତରାଇ, ଚିତ୍ରସେନ ତରାଇ, କଳା ସଂସ୍କୃତିକ ମଞ୍ଚ ବିଶିଷ୍ଟ କଳାକାର କାର୍ତ୍ତିକ ତରାଇ, ଯୁବ ସ୍ବେଛାସେବୀ ଅନିରୁଦ୍ଧ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ, ସମଗ୍ର ଭାରତ ବର୍ଷରେ ପବିତ୍ର ଶ୍ରୀରାମ ନବମୀ ପାଳନ ହେଉଥିବା ବେଳେ ରାତି ସାଢେ ତିନିଟା ସମୟରେ ୭୨ ବର୍ଷ ବୟସରେ ତବଲା ବାଦକଙ୍କ ବିୟୋଗ ଘଟିଥିଲା । ସେ ଗତ କିଛି ମାସ ହେବ ଅସୁସ୍ଥ ଥିଲେ।
Dharitri – Odisha’s No.1 Odia Daily

Share