ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶନିବାର ବିଳମ୍ବିତ ରାତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମଚନ୍ଦ୍ର ମେହେରଙ୍କୁ ସମ୍ବଲପୁର ଜିଲା ଭାଜପା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଦଳ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରୁ ସୂଚନା ମିଳିଛି। ରାମଚନ୍ଦ୍ର ମେହେରଙ୍କୁ ଜିଲା ସଭାପତି ଭାବେ ନିଯୁକ୍ତି ମିଳିବା ପରେ ସମ୍ବଲପୁର ଭାଜପା ତଥା ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ବହୁ ସଂଖ୍ୟାରେ ବରିଷ୍ଠ ଭାଜପା ନେତାଙ୍କ ସହିତ ୍ଯଯଯ୍ଯଯଯ ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଭାଜପାର ପୁରୁଖା ନେତା ତଥା ନବନିଯୁକ୍ତ ଜିଲା ସଭାପତି ମେହେର ବର୍ତମାନ ଭାଜପା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଓ ବୌଦ୍ଧ ଜିଲା ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହନ କରୁଛନ୍ତି। ଏହା ପୂର୍ବରୁ ଗତ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ତତ୍କାଳିନ ସମ୍ବଲପୁର ପୌରପରିଷଦର ଉପ-ନଗରପାଳ ଓ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ମଧ୍ୟ ସଫଳତାର ସହିତ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜିଲା ସଭାପତିତ୍ୱ କାଳରେ ୨୦୧୭ ମସିହାରେ ଭାଜପାର ସମ୍ବଲପୁର ଜିଲାପରିଷଦ ଗଠନ ସହିତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସମ୍ବଲପୁର ଏମ୍ପି ଓ ଜିଲାର ଦୁଇ ଜଣ ବିଧାୟକଙ୍କ ବିଜୟ ହୋଇଥିଲା।