ବିଧାୟିକାଙ୍କ ଉଦ୍‌ଘାଟନକୁ ଭାଜପା କାଉନ୍‌ସିଲରଙ୍କ ବିରୋଧ

ପଦ୍ମପୁର,୩୦।୫(ପ୍ରଦୀପ୍ତ ଦାଶ): ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ବିଜ୍ଞାପିତ ପରିଷଦ ଦ୍ୱାରା ନିର୍ମିତ ପଦ୍ମପୁରର ଆଧୁନିକ ଶ୍ମଶାନଘାଟ ଓ ଆମ୍ବେଦକର ଛକର ସୌନ୍ଦର୍ଯ୍ୟକରଣକୁ କେତେକ ଦଳୀୟ କର୍ମୀଙ୍କୁ ନେଇ ଉଦ୍‌ଘାଟନ କରିଥିଲେ। ଏନଏସି ନିର୍ବାହୀ ଅଧିକାରୀଙ୍କ ବିନା ଉପସ୍ଥିତିରେ ଏହି ଉଦ୍‌ଘାଯନୀ କାର୍ଯ୍ୟକ୍ରମ ହୋଇଥିଲା। ଏପରିକି ଫଳକରେ ନିର୍ବାହୀ ଅଧିକାରୀଙ୍କ ନାମ ମଧ୍ୟ ନାହିଁ। ସରକାରୀ ଅର୍ଥରେ ନିର୍ମିତ ଏହି କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟ ଭାବେ ଉପସ୍ଥାପିତ କରିଛନ୍ତି ବୋଲି କାଉନସିଲର ଚିନ୍ମୟ କୁମାର ପଣ୍ଡା, କୁନାଲ ପାଣିଗ୍ରାହୀ, ପ୍ରମିଳା ମେହେର ପ୍ରମୁଖ ଉପଜିଲାପାଳ ସ୍ନେହା ଅରଗୁଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଏଭଳି କାର୍ଯ୍ୟ ପୁନରାବୃତ୍ତି ନ ହେବା ପାଇଁ ଅନୁରୋଧ କରିଛନ୍ତି।