ଭବାନୀପାଟଣା,୨୮।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଭାଜପା ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତାଞ୍ଜଳୀ ସାହୁ(୪୮)ଙ୍କ ରବିବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ଗତ କିଛି ମାସ ହେଲା ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ଶୁଣି ଭାଜପା କାର୍ଯ୍ୟକର୍ତ୍ତା ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଗୀତାଞ୍ଜଳୀଙ୍କ ପରଲୋକ ଦଳ ପାଇଁ ଅପୂରଣୀୟ କ୍ଷତି ଓ ଜଣେ ନିଷ୍ଠାବାନ ମହିଳା ନେତ୍ରୀଙ୍କୁ ହରେଇ ଆମେ ଦୁଃଖିତ ବୋଲି ଅନେକ କାର୍ଯ୍ୟକର୍ତ୍ତା ନିଜ ଫେସବୁକ ପେଜରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି।