ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌ ସଂଖ୍ୟା ୪୮ ବିଧାୟକ ପାଇସାରିଛି। ଦିଲ୍ଲୀରେ ଭାଜପାର ବିପୁଳ ବିଜୟ ପରେ ଗଞ୍ଜାମ ସହରରେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାଳୁ ମିଳିଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଶନିବାର ସନ୍ଧ୍ୟାରେ ଗଞ୍ଜାମରେ ପହଞ୍ଚି ଦଳୀୟ ନେତାମାନଙ୍କ ସହ ମିଶିକି ବାଣ ଫୁଟାଇ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିନୋଦ ପାଢ଼ୀ, ଅରୁଣ ପଣ୍ଡା, ସନ୍ତୋଷ ଗୌଡ଼ଙ୍କ ସମେତ ଅନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Share
Tags: bjp