Categories: Home Leftଖେଳ

ବିଜେଇଏମ୍‌କୁ ଆନ୍ତଃ ସ୍କୁଲ କ୍ରିକେଟ ଟାଇଟଲ

ଭୁବନେଶ୍ୱର, ୧୫।୧, (ତପନ ସ୍ବାଇଁ): ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବିଜେଇଏମ୍‌ ସ୍କୁଲ ଚାମ୍ପିୟନ ହୋଇଛି। ରବିବାର ଫାଇନାଲରେ ଏହି ଦଳ ଖଣ୍ଡଗିରୀର ସେଣ୍ଟ ଜାଭିଅର ସ୍କୁଲକୁ ପରାସ୍ତ କରିଛି। ବିଜେଇଏମ୍‌ ୩୦ ଓଭରରେ ୪ ଉଇକେଟ ହରାଇ ୨୩୨ ରନ କରିଥିବାବେଳେ ଜାଭିଅର ୧୬.୬ ଓଭରରେ ୬୩ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ସିଦ୍ଧାର୍ଥ ଶଙ୍କର ବେହେରା ଶତକ (୧୦୧ ରନ) ହାସଲ କରିଥିବାରୁ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ପ୍ରତିଷ୍ଠିତ କୋଚ୍‌, କିଶୋର ମାଣିଆ ଓ ଲଳିତ ମହାନ୍ତି, ବିଜେଇଏମ୍‌ ପ୍ରିନ୍ସିପାଲ ସନ୍ଧ୍ୟା ଜେନା, ଓଡ଼ିଶା ଭେଟେରାନ କ୍ରିକେଟ ଆସୋସିଏଶନ ସଭାପତି ଅଶୋକାନନ୍ଦ ଜେନା, ସମ୍ପାଦକ ବିରେନ କୁମାର ଦାସ ପ୍ରମୁଖ ପୁରସ୍କାର ପ୍ରଦାନ କରିଥିଲେ।