ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି ପକ୍ଷରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟ ବିଜେଡି କାର୍ଯ୍ୟାଳୟଠାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ କର୍ମୀ ଏକତ୍ରିତ ହୋଇ ଏକ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୁଞ୍ଜିକଂୟା ଚାରିଛକଠାରେ ପହଞ୍ଚିଥିଲେ। ସେଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବଜାର ଗାନ୍ଧୀ ଛକଠାରେ ପହଞ୍ଚି ସେଠାରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜେଡି ନଗର ସଭାପତି ତାରା ପ୍ରସାଦ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କ ବ୍ୟକ୍ତିଗତ ସଚିବ ସି ଏଚ.ସିମାଦ୍ରୀଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଆଲୋଚନା ସଭାରେ ପୂର୍ବତନ ଏନ୍ଏସି ନଗରପାଳ ହୃଦରଞ୍ଜନ ମେକାପ, ଭି. ରବିନାରାୟଣ ରାଜୁ, ଶମ୍ଭୁ ପଣ୍ଡା, କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ଜ୍ୟୋସ୍ନା ଜେନା,ପି.ମାଧବ ରାଓ,ରଞ୍ଜନ କୁମାର ବେହେରା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ସମିତି ସଭ୍ୟ କୃଷ୍ଣ ସେଠୀ, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ, ମାଗି ସେଠୀ, ବିକାଶ ମଣ୍ଡଳ, ନୀଳକଣ୍ଠ ପଟ୍ଟନାୟକ, ବିପ୍ଳବ ମିଶ୍ର, କୁଞ୍ଜ ବିହାରୀ ରଥ,ଅରକ୍ଷିତ ପ୍ରଧାନ,ରମେଶ ଚନ୍ଦ୍ର ଜେନା, ପ୍ରହଲ୍ଲାଦ ଭୂୟାଁ , ଅନୀତା ବେହେରା, ଉମା ମହେଶ୍ବରୀ ସେଠୀ, ଶୁଭଲକ୍ଷ୍ମୀ ପଟ୍ଟନାୟକ, ସୁନୀଲ ମହାଙ୍କୁଡ ,ସମୀର ସ୍ବାଇଁ, ଗଣେଶ ରେଡ୍ଡୀ , ଜିତେନ୍ଦ୍ର ମାର୍ଥା, ଲକ୍ଷ୍ମୀ ନାରାୟଣ ପାଢ଼ୀ, ନିଗମ ପ୍ରସାଦ ପଣ୍ଡା, ଜିତେନ୍ଦ୍ର ଗୈାଡ, ଜଗନ୍ନାଥ ପ୍ରଧାନ, ପିଙ୍କୁ ଘଡେଇ, ତାରକେଶ୍ୱର ଦୋରା, କିଶୋର ଦୋରା ,ରାଜେନ୍ଦ୍ର ଗୌଡ଼,ଟୁନା ସେଠୀ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।