ନବୀନ ପଟ୍ଟନାୟକଙ୍କ ପାଇଁ ପୂଜାପାଠ କଲା ବିଜେଡି

ହିଞ୍ଜିଳିକାଟୁ ୧୬!୧୦( ଦ୍ବିତୀକୃଷ୍ଣ ପଣ୍ଡା): ରାଜ୍ୟ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଜୟନ୍ତୀ ହିଞ୍ଜିଳିକାଟୁ ବିଜେଡି ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। କାଟୁ ରାଜବାଟି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ବିଜେଡି ପକ୍ଷରୁ ପୂଜାପାଠ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ନବୀନଙ୍କ ଗଞ୍ଜାମ ଜିଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଦଳର ବହୁ ନେତା ଓ କର୍ମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦଳ ପକ୍ଷରୁ ଜନସେବାର ସଂକଳ୍ପ ଦିବସ ଭାବେ ପାଳନ କରିଛି ବିଜେଡି। ଏହି ଅବସରରେ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, କାଉନସିଲର ବସନ୍ତ ବେହେରା, ରୋହିତ ବିଷୋୟୀ,ସଞ୍ଜୟ କୁମାର ସ୍ବାଇଁ, ସୁବାସ ସାହୁ, ସରପଞ୍ଚ କୃଷ୍ଣ ଚନ୍ଦ୍ର ଭଉଳ, ବ୍ଳକ ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ସନାତନ ନାହାକ ବ୍ଳକ ବିଜେଡି ସଭାପତି ଦୁର୍ଗାମାଧବ ମହାନ୍ତିଙ୍କ ସମେତ ନଗର ଓ ବ୍ଲକ ର ବରିଷ୍ଠ, ଯୁବ-ଛାତ୍ର-ମହିଳା ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ।

 

Dharitri – The Largest & Most Trusted Odia Daily