ପାଇକମାଳ,୧୦ା୯(ବଡ଼ ଶତପଥୀ): ପାଇକମାଳକୁ ଏନ୍ଏସି ଘୋଷଣା ଦାବି ନେଇ ବିଜେଡି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବା ନେଇ ପାଇକମାଳ ଛକରେ ଅନୁଷ୍ଠିତ ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି। ଆମେ ପାଇକମାଳକୁ ଏନ୍ଏସି କରାଯିବା ନେଇ ଲାଗିଛୁ, ସରକାର ଘୋଷଣା ନ କରିବା ଯାଏ ଆମର ଶାନ୍ତିପୂର୍ଣ୍ଣ ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ପାଇକମାଳର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହନ ପୂର୍ବ ପରି ଯିବା ଆସିବା କରୁଛି। ସକାଳେ କେତେକ ଭାଜପା ସମର୍ଥିତ ଦୋକାନୀ ଦୋକାନ ଖୋଲିଥିଲା ବେଳେ ତାଙ୍କୁ ବିଜେଡି ଦଳର ଯୁବକମାନେ ବନ୍ଦ କରିଥିବାରୁ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ହୋଇ ଥିଲା। ପରେ ଦୋକାନୀମାନେ ତାଙ୍କର ଦୋକାନ ବନ୍ଦ କରିଥିଲେ। ଏବେ ସମସ୍ତ ଦୋକାନ ବନ୍ଦ ଥିବା ବେଳେ ପାଇକମାଳ ଛକ ଓ ବଜାରକୁ ପୋଲିସ ଜଗିଛି।