ଜି.ଉଦୟଗିରି,୫ା୬(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନଂ. ୱାର୍ଡ କାଉନସିଲର ଜାକେଶ ପ୍ରଧାନ ଓ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ସଦାନନ୍ଦ ନାୟକ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଜୟ ଲାଲୁ ଜୀଙ୍କୁ ଭେଟି କଂଗ୍ରେସରେ ଯୋଗଦାନ କରିଛନ୍ତି। ଗତ ସାଧାରଣ ନିର୍ବାଚନ ପୂର୍ବରୁ କାଉନସିଲର ଜାକେଶ ଓ ପୂର୍ବତନ ସଭାପତି ସଦାନନ୍ଦ କଂଗ୍ରେସ ଛାଡ଼ିଥିଲେ।
ତତ୍କାଳୀନ ବିଜେଡି ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ। ନିର୍ବାଚନରେ ବିଜେଡିର ପରାଜୟ ପରେ ପୁଣି ଥରେ ନିଜ ଦଳ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେମାନଙ୍କ ଯୋଗଦାନ ଫଳରେ କଂଗ୍ରେସ ଅଧିକ ସୁଦୃଢ଼ ଓ ସଂଘଠିତ ହେବ ବୋଲି କାଉନସିଲର ଓ ପୂର୍ବତନ ସଭାପତି କହିଛନ୍ତି। ପୁଣିଥରେ ଦଳରେ ଉଭୟ କର୍ମୀଙ୍କୁ ସାମିଲ କରେଇ ଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବରିଷ୍ଠ ନେତା ନାଜ୍ୟୋତି ପଟ୍ଟନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମାଲିକ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ କନ୍ଧମାଳ ଜିଲା ଯୁବ ନେତା ପ୍ରତାପ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।