ପରାଜୟ ପରେ ବଳ ଗୋଟାଉଛି ବିଜେଡି: ପାଟଣାରେ ଜନ ସମ୍ପର୍କ ପଦ ଯାତ୍ରା

ପାଟଣା,୪।୧୧(ବୀର କିଶୋର ଦାଶ): ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲା ପାଟଣା ବିଧାନ ସଭା ନିର୍ବାଚନମଣ୍ଡଳୀରେ ବିଜେଡିରର ପରାଜୟ ହୋଇଥିଲା। ତେବେ ଦୀର୍ଘ ଦେଢବର୍ଷ ପରେ ପାଟଣା ନିର୍ବାଚନମଣ୍ଡଳୀରେ ସ୍ତରୀୟ ବିଜେଡି ପଦଯାତ୍ରା ଆରମ୍ଭହୋଇଛି। ଏହା ପାଟଣା ବ୍ଲକ କେନ୍ଦେଇପୋଶି ହାଟ ପଡ଼ିଆ ନିକଟରୁ ବାହାରି ଝୁମ୍ପୁରାବ୍ଲକ ବାରିଆରେ ଶେଷ ହେବ। ପଦ ଯାତ୍ରାରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି। ପଦଯାତ୍ରାରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ୨୯ ନମ୍ବର ଜିଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି,ସାହରପଡ଼ା ବ୍ଲକ ବିଜେଡି ସଭାପତି ଦିଲୀପ ସାହୁ,ମ୍‌ ଝୁମ୍ପରା ବ୍ଲକ ସଭାପତି ଡମ୍ବରୁ ଦାଶ, ୧୮ନମ୍ବର ଜିଲାପରିଷଦ ସଦସ୍ୟ ରାଧାକାନ୍ତ ନାୟକ, ୨୨ନମ୍ବର ସୌଭାଗ୍ୟ ମଞ୍ଜରୀ ନାୟକ, ୨୩ ନମ୍ବର୍‌ ଜୋନ ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ,୨୯ ନମ୍ବର୍‌ ଜିଲା ପରିଷଦ ସଦସ୍ୟା ବୁଦ୍ଧ ଦେବ ମହାକୁଡ, ଝୁଂପରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସୁକାନ୍ତି ନାୟକ, ସାହାର ପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷା ରମ୍ଭବତିଟ ଦେହୁରୀ,ବିଜେଡି ବରିଷ୍ଠ ନେତାସତ୍ୟବ୍ରତ ନାଏକ, ଭାଗିରଥି ଦାଶ, ରତନ ସେଠୀ,ପ୍ରଶାନ୍ତ ଭଞ୍ଜ ଦେଓ, ଶତ୍ରୁଘନ ସିଂ, ଯୁବ ନେତା ବିପ୍ଲବ କୁମାର ପୃଷ୍ଟି, ସୁମିତ କୁମାର ପତି,ସତ୍ୟନାରାୟଣ ପଣ୍ଡା, ହିମାଂଶୁ ଶେଖର ବେହେରାଙ୍କ ସହ ୧ହଜାରରୁ ଊଦ୍ଧର୍‌ବ ବିଜେଡିକର୍ମୀ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ।

 

Dharitri – Odisha’s No.1 Odia Daily

 

Share