ରାଇକିଆ,୧୭।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ବିଜୁ ଜନତା ଦଳର ନୂତନ ଭାବେ ନଗର ଏବଂ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ଏହି ନୂତନ ସଭାପତି ତାଲିକାରେ ରାଇକିଆ ବ୍ଲକ ବିଜୁ ଜନତା ଦଳ ସଭାପତି ଭାବେ ଦେବୀ ପ୍ରସାଦ ପଣ୍ଡାଙ୍କ ନାମ ଘୋଷଣା କରାଯାଇଛି । ଦଳ ତଥା ରାଜ୍ୟ ସଭାପତି ତାଙ୍କ ଉପରେ ଭରଷା ରଖି ଦଳକୁ ପରିଚାଳନା କରିବା ପାଇଁ ବ୍ଲକ ସ୍ତରୀୟ ଦାୟିତ୍ୱ ଦେଇଥିବାରୁ ଦେବୀ ପ୍ରସାଦ କୃତଜ୍ଞତା ଜଣାଇଛନ୍ତି । ସାଧାରଣ ଲୋକଙ୍କ ସହ ଯୋଡି ହୋଇ ରହିବା ସହ ସକ୍ରୀୟ ସଦସ୍ୟ ଭାବେ ବିଭିନ୍ନ ସମୟ ରେ ଦାୟିତ୍ୱ ତୁଲାଇ ଆସିଛନ୍ତି । ସମସ୍ତଙ୍କ ସହଯୋଗରେ ସେ ଦଳକୁ ଆଗକୁ ନେବେ ବୋଲି କହିଛନ୍ତି । ଦଳୀୟ କର୍ମୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।