ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା ପଞ୍ଚାୟତର ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦିଆଯାଇଛି l ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଚଳିତ ମାସ ଗତ ୨୫ ତାରିଖ କାର୍ଯ୍ୟାଳୟ ଆଦେଶ ଅନୁଯାୟୀ ଏହି ନିଯୁକ୍ତି ପ୍ରକାଶ କରିଛନ୍ତି l ଏହି ନିଯୁକ୍ତି ଆଦେଶରେ ଦେଓଗଡ଼ ଜିଲାର ଭବାନୀ ଶଙ୍କର ସାହୁ, ଗଜପତିର ବିଶ୍ୱଜିତ୍ ତ୍ରିପାଠୀ, ଝାରସୁଗୁଡ଼ାର ଶିବାଶିଷ ପଟ୍ଟନାୟକ, କନ୍ଧମାଳର ସୁନିଲ କୁମାର ସେଠି, ନୟାଗଡ଼ର ଅମରେଶ୍ୱର ଜେନା, ରାୟଗଡ଼ାର ଉଦୟ ହିମରିକା, ସମ୍ବଲପୁରର ଶୁଭ୍ରାଂଶୁ ଶେଖର ପାଢ଼ୀ, ସୁବର୍ଣ୍ଣପୁରର ଅଭିଷେକ ଶର୍ମା, ସୁନ୍ଦରଗଡର ଆଦିତ୍ୟ ନାଥ ଗିରି ପ୍ରମୁଖଙ୍କୁ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି l
ସୂଚନା ଯୋଗ୍ୟ, ଅମରେନ୍ଦ୍ର ୨୦୧୭ ଠାରୁ ୨୦୨୨ ପର୍ଯ୍ୟନ୍ତ ନିଜ ପଞ୍ଚାୟତର ସରପଞ୍ଚ, ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ, ୨୦୧୨ ରୁ ୨୦୧୩ ପର୍ଯ୍ୟନ୍ତ ବିପିୟୁଟିର ଉପସଭାପତି ଭାବେ ଦାୟିତ୍ୱ ଲାଇଥିଲେ l ଅମରେନ୍ଦ୍ର କହିଛନ୍ତି ଯେ, ଆସନ୍ତା ଦିନରେ ଛାତ୍ର ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବେ କରାଯିବ l

 

Dharitri – Odisha’s No.1 Odia Daily