ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି l ଶନିବାର ସକାଳେ ସବୁଦିନ ଭଳି ଚାହା ପିଉଥିବା ବେଳେ ହଟାତ ତଳେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଗଞ୍ଜାମ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ବର୍ଗତ ପାଢ଼ୀ ଜଣେ ସରଳ ମିଷ୍ଟଭାସି ଧର୍ମ ପାରାୟଣ ବ୍ୟକ୍ତି ଭାବେ ସହରରେ ବେଶ ପରିଚିତ ଥିଲେl ଖବର ପ୍ରଚାରିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତା, ଯୁବ ସଂଗଠକ, ଶହଶହ ଯୁବକ ନଗର ସଭାପତି ପାଢ଼ୀଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ।ଏକ ବିରାଟ ଶୋଭାଯାତ୍ରାରେ ସ୍ବର୍ଗତ ପାଢ଼ୀଙ୍କ ମର ଶରୀରକୁ ନେଇ ଦାମୋଦରପୁର ସ୍ଥିତ ଋଷୁକୂଲ୍ୟା ନଦୀ ଘାଟରେ ଶେଷକୃତ୍ୟ କରାଯାଇଥିଲା। ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାଏ, ସୁଦାମ ଚରଣ ଜେନା, ପ୍ରେସ କ୍ଳବ ସଭାପତି ଶବର କୁମାର ତାରାଇ, ଛାତ୍ର ସଂଗଠନ ନେତା ରାକେଶ ରଞ୍ଜନ ଦାସ, ରାଜେଶ ମହାରଣାଙ୍କ ସମେତ ବହୁ ମାନ୍ୟଗନ ବ୍ୟକ୍ତି ଶ୍ମଶାନ ଯାଇ ଶେଷ ଦର୍ଶନ କରିଥିଲେ । ବଡ଼ ପୁଅ ପ୍ରଶାନ୍ତ କୁମାର ପାଢ଼ୀ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାଢ଼ୀଙ୍କ ଛଅ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ ।